ସେନା ଗୁଳିରେ ସଫା ହୋଇଗଲେ ଆତଙ୍କବାଦୀ

ଜମ୍ମୁ-କଶ୍ମୀର : ପୁଣି ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଆତଙ୍କବାଦୀ । ସେନା ଗୁଳିରେ ଟଳି ପଡିଛନ୍ତି ଦୁଇ ଆତଙ୍କବାଦୀ। ଜମ୍ମୁ-କଶ୍ମୀରରେ ପୁଣିଥରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଏନ୍‌କାଉଣ୍ଟର ହୋଇଛି । ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ସେହିପରି ଆତଙ୍କବାଦୀଙ୍କ ସହ ମୁକାବିଲା ବେଳେ ଜଣେ ହେଡ୍‌ କନଷ୍ଟେବଳ ମଧ୍ୟ ସହିଦ ହୋଇଛନ୍ତି। ଶନିବାର ଜମ୍ମୁ-କଶ୍ମୀର କଠୁଆରେ ଘର ଭିତରେ କିଛି ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଓ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ସମୟରେ କଠୁଆ ଜିଲ୍ଲାର କୋଗ-ମଣ୍ଡଳି ଗାଁରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ। ଗୁଳିବିନିମୟ ବେଳେ ପୁଲିସ ହେଡ୍ କନଷ୍ଟେବଳ ବାସିର ଅହମ୍ମଦ ସହିଦ ହୋଇଥିବା ବେଳେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ଡେପୁଟୀ ଏସପି ଆହତ ହୋଇଛନ୍ତି। ଉଭୟଙ୍କ ଦେହରେ ଗୁଳି ବାଜିଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି ଜମ୍ମୁର ଅତିରିକ୍ତ ପୁଲିସ୍ ଡିଜି।

Leave a Reply

Your email address will not be published. Required fields are marked *