ମମତାଙ୍କ ଉପରେ କ୍ଷୁବ୍ଧ ହୋଇ ଦଳ ଛାଡିଲେ ଜବାହର ସରକାର

କୋଲକାତା : ଇସ୍ତଫା ଦେଲେ ଟିଏମସି ରାଜ୍ୟସଭା ସାଂସଦ ଜବାହର ସରକାର। କୋଲକାତାର ଆର.ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରିବା ସହିତ ଦୋଷୀକୁ ଫାଶୀ ଦଣ୍ଡ ଦେବା ପାଇଁ ସାରାଦେଶରେ ଦାବି ହେଉଥିବା ବେଳେ ଆଜି ଏହି ଘଟଣାକୁ ବିରୋଧ କରି ଆଜି ଟିଏମସି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଜବାହର ସରକାର। ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇବା ସହିତ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସେ ସମ୍ପୂର୍ଣ ଭାବରେ କଡ଼ା ନିନ୍ଦା କରିବା ସହ ନିଜ ଦଳରେ ହେଉଥିବା ଏଭଳି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମଧ୍ୟ ସ୍ୱର ଉଠାଇଛନ୍ତି । ଆରଜି କର ହସ୍ପିଟାଲରେ ଘଟିଥିବା ଏହି ଭୟଙ୍କର ଘଟଣା ମୋତେ ବହୁତ ଯନ୍ତ୍ରଣା ଦେଇଛି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରଙ୍କ ସହ ଆପଣଙ୍କର (ମମତା ବାନାର୍ଜୀ) ପ୍ରତ୍ୟକ୍ଷ ହସ୍ତକ୍ଷେପ ଆଶା କରୁଥିଲି। ବାସ୍ତବରେ କିନ୍ତୁ ଏପରି କିଛି ହେଲା ନାହିଁ। ଏହି ଜଘନ୍ୟ କାଣ୍ଡ ବିରୁଦ୍ଧରେ ଆପଣ ପୁରୁଣା ମମତା ବାନାର୍ଜୀ ପରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଁ ବାସ୍ତବରେ ଆଶାବାଦୀ ଥିଲି । କିନ୍ତୁ ଆପଣ ସେମିତି କିଛି ଠୋସ୍ ପଦକ୍ଷେପ ନେଲେ ନାହିଁ। ଯେଉଁ ବି କାର୍ଯ୍ୟାନୁଷ୍ଠାନ ନେଲେ, ସେତେବଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ଏସବୁ ପରେ ବି ରାଜ୍ୟରେ ଖୁବ୍ ଶୀଘ୍ର ଶାନ୍ତି ଫେରି ଆସିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ଆଶାବାଦୀ ଥିବା କହିଛନ୍ତି ଜବାହର ସରକାର।

Leave a Reply

Your email address will not be published. Required fields are marked *