କଂଗ୍ରେସ ଅମରି ଲତା ପରି ବଢୁଛି, ପର ଭରସାରେ ବଞ୍ଚିଛି

ପୁରୀ, ୧୯/ ୦୭: ଆଜି ଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା | ପୁରୀ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଉଦବୋଧନ କରିଛନ୍ତି | ସଭାରେ ସେ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ବିଜେପି ସବୁବେଳେ ଉଦ୍ୟମ ଜାରି ରଖିବ। ରାଜ୍ୟକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡ଼ିବ ନାହିଁ | ଲୋକସଭା ସିଟ୍‌ ଡବଲ କରିବାକୁ କହିଥିଲି | ଆପଣମାନେ ୨୦ ସିଟ୍‌ ଦେଇଛନ୍ତି | ସେହିପରି ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ୍‌ ସହ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି | ଅକ୍ଲାନ୍ତ ପରିଶ୍ରମ କରି ରାଜ୍ୟରେ ଭାଜପା ସରକାର ଅଣିଥିବାରୁ କର୍ମୀଙ୍କୁ ଓଡ଼ିଶାବାସୀ ବିପୁଳ ମାତ୍ରାରେ ସ୍ୱାଗତ ଜଣାଇଛନ୍ତି ରାଷ୍ଟ୍ରୀୟ ଅଧକ୍ଷ |

ଏହା ସହ ଜେପି ନଡ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ସେବା କରିବାର ସୁଯୋଗ ଦେଇଥିବାରୁ ପ୍ରାଣାମ ଜଣାଉଛି | ଆଜିର ଦିନରେ ବିଜେପି ୧୩ଟି ରାଜ୍ୟରେ ଶାସନ କରୁଛି | ଏନ୍‌ଡିଏ ନେତୃତ୍ବରେ ୧୮ଟି ରାଜ୍ୟରେ ସରକାର ଚାଲିଛି | ଦେଶର ୫୭ ପ୍ରତିଶତ ଭୂଭାଗରେ ବିଜେପି ସରକାର ଚାଲିଛି | ଏଠି ସହ ଜେପି ନଡ୍ଡା କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି | ସେ କହିଛନ୍ତି ଯେ, କଂଗ୍ରେସ ଅମରି ଲତା ପରି ବଢୁଛି, ପର ଭରସାରେ ବଞ୍ଚିଛି | ପରଜୀବୀ ଭଳି ଅନ୍ୟ ପାର୍ଟି ସହାୟତାରେ କଂଗ୍ରେସ ସିଟ ଜିତିଛି | ସହଯୋଗୀଙ୍କ ଭୋଟ ଖାଇ ନିଜକୁ ବଞ୍ଚାଇ ରଖିଛି କଂଗ୍ରେସ |

ଭାରତ ଆତ୍ମନିର୍ଭରଶୀଳ ଦିଗରେ ଆଗକୁ ବଢୁଛି | କିଛି ବର୍ଷ ପୂର୍ବରୁ ଭାରତରେ ବ୍ୟବହାର ହେଉଥିବା ମୋବାଇଲ ମେଡ୍‌ ଇନ୍‌ ଜାପାନ, ମେଡ ଇନ୍‌ ଚାଇନା, ମେଡ୍‌ ଇଡି ତାଇୱାନ ଲେଖାଯାଉଥିଲା | ଏବେ କିନ୍ତୁ ଭାରତରେ ମୋବାଇଲ ମୋବାଇଲ ଉତ୍ପାଦନ ହେଉଛି | ଆପଣମାନେ ବ୍ୟବହାର କରୁଥିବା ମୋବାଇଲ୍‌ରେ ମେଡ୍‌ ଇନ୍‌ ଇଣ୍ଡିଆ ଲେଖା ରହୁଛି | କେବଳ ମୋବାଇଲ୍‌ ନୁହେଁ ବରଂ ଅଟୋ ମୋବାଇଲ ସେକ୍ଟରରେ ମଧ୍ୟ ଭାରତର ବିକାଶ ହୋଇଛି | ବିଶ୍ବର ତୃତୀୟ ସର୍ବବୃହତ୍ତ ଅଟୋ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ଭାରତ ବୋଲି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କହିଛନ୍ତି |

Leave a Reply

Your email address will not be published. Required fields are marked *