ବିବାଦରେ ଫିଲ୍ମ ‘କଳ୍‌କୀ ୨୮୯୮ ଏଡି’

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ହାଇ ବଜେଟ୍ ଫିଲ୍ମ ‘କଳ୍‌କୀ ୨୮୯୮ ଏଡି’ ପୁଣି ଏବେ ବିବାଦ ଘେରରେ । ଏହି ଫିଲ୍ମ ର ନିର୍ମାତା ଏବଂ ଅଭିନେତାମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଯାଇଛି। ଏହି ନୋଟିସ୍ ପଠାଇଥିବା ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ ଏହି ଫିଲ୍ମଟି ସମ୍ପୂର୍ଣ ଭାବରେ ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ବହୁତ ଆଘାତ ଦେଇଛି। ANI ର ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ ‘କଳ୍‌କୀ ୨୮୯୮ ଏଡି’ ଫିଲ୍ମ ଟି ସମ୍ପୂର୍ଣ ଶାସ୍ତ୍ର ବିରୁଦ୍ଧ ଅଟେ। ସେ ନିର୍ମାତାଙ୍କ ସହିତ ସେହି ଫିଲ୍ମ ରେ ଅଭିନୟ କରିଥିବା ଅଭିନେତା ଅମିତାଭ ବଚ୍ଚନ ଏବଂ ପ୍ରଭାସଙ୍କୁ ମଧ୍ୟ ନୋଟିସ୍‌ ପଠାଇଛନ୍ତି। ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, “ଭାରତ ହେଉଛି ଭାବନା, ବିଶ୍ୱାସ ଏବଂ ଭକ୍ତିର ଦେଶ। ହିନ୍ଦୁଧର୍ମରେ ଥିବା ମୂଲ୍ୟବୋଧକୁ ବଦଳାଇବା ଆମର ଉଚିତ ନୁହେଁ। ସନାତନ ଧର୍ମର ଶାସ୍ତ୍ର ମଧ୍ୟ ପରିବର୍ତ୍ତନ କରାଯିବା ମଧ୍ୟ ଉଚିତ ନୁହେଁ।

ଭଗବାନ କଳ୍‌କୀ ହେଉଛନ୍ତି ନାରାୟଣ ଆମର ବିଶ୍ୱାସର କେନ୍ଦ୍ରରେ ସେ ଅଛନ୍ତି। ତାଙ୍କୁ ଭଗବାନ ବିଷ୍ଣୁଙ୍କ ଶେଷ ଅବତାର ଭାବରେ ହିନ୍ଦୁ ଧର୍ମ ରେ ବିବେଚନା କରାଯାଏ। “ସେ କହିଛନ୍ତି ଯେ, “ଏହି ଫିଲ୍ମ ଆମର ଧାର୍ମିକ ଶାସ୍ତ୍ରରେ ଯାହା କୁହାଯାଇଛି ତାହା ସମ୍ପୂର୍ଣ ବିପରୀତ ଅଟେ। ଏହି ଫିଲ୍ମ ଆମ ସମସ୍ତଙ୍କ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଉଛି। ତେଣୁ ଆମେ ଏହି ଫିଲ୍ମ ବିପକ୍ଷରେ କିଛି ଆପତ୍ତି ଉଠାଇଛୁ ଏବଂ ଏହାର ଉତ୍ତରକୁ ଆମେ ସମସ୍ତେ ଅପେକ୍ଷା କରିଛୁ। ହିନ୍ଦୁମାନଙ୍କ ଭାବନା ସହ ଖେଳିବା ଆଜିକାଲି ଫିଲ୍ମ ନିର୍ମାତାଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ସନ୍ଥମାନଙ୍କୁ ରାକ୍ଷସ ରୂପରେ ଦେଖାଯାଉଛି। ଅଭିବ୍ୟକ୍ତିର ସ୍ୱାଧୀନତାର ଅର୍ଥ ଏହା ନୁହେଁ ଯେ ଆପଣ ଆମ ବିଶ୍ୱାସ ସହିତ ଖେଳିବେ।”ଆଚାର୍ଯ୍ୟ ପ୍ରମୋଦଙ୍କ ଏହି ଆଇନଗତ ନୋଟିସ୍‌ ଭାରତର ସୁପ୍ରିମକୋର୍ଟର ଓକିଲ ଉଜ୍ଜ୍ୱଲ ଆନନ୍ଦ ଶର୍ମାଙ୍କ ଦ୍ୱାରା ପଠାଯାଇଛି।

ନୋଟିସ୍‌ରେ ଆହୁରି ଲେଖାଅଛି ଯେ “ଆପଣଙ୍କ ଫିଲ୍ମ ଭଗବାନ କଳ୍‌କୀଙ୍କ ବିଷୟରେ ଥିବା ସମ୍ପୂର୍ଣ ମୌଳିକ ଧାରଣାକୁ ବଦଳାଇ ଦେଇଛି। ଭଗବାନ କଳ୍‌କୀଙ୍କ କାହାଣୀ ଯାହା ହିନ୍ଦୁ ପୁରାଣ ଗ୍ରନ୍ଥଗୁଡ଼ିକରେ ଲେଖାଯାଇଛି ବା କୁହାଯାଇଛି ତାହାର ଦୃଶ୍ୟପଟ୍ଟକୁ ସଂପୂର୍ଣ୍ଣ ଭୁଲ୍ ଭାବରେ ଚଳଚିତ୍ର ରେ ଦର୍ଶାଯାଇଛି | ଏବଂ ପବିତ୍ର ଗ୍ରନ୍ଥର ଅସମ୍ମାନ ମଧ୍ୟ କରାଯାଇଛି। ‘କଳ୍‌କୀ ୨୮୯୮ ଏଡି’ ନାଗ ଅଶ୍ୱିନଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏକ ସାଇ-ଫାଇ ଆକ୍ସନ୍ ଆଡ୍‌ଭେଞ୍ଚର୍‌। ମେଗା-ବଜେଟ୍‌ର ଏହି ଫିଲ୍ମ ଟି ହେଉଛି ସାଇନ୍ସ-ଫିକ୍ସନ୍ ଏବଂ ଭାରତୀୟ ପୁରାଣର ମିଶ୍ରଣ। ଏଥିରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନ ମୁଖ୍ୟ ଭୂମିକାରେ ଥିବାବେଳେ ଶୋଭନା, ପଶୁପତି, ଶାଶ୍ୱତ ଚାଟାର୍ଜୀ, ଅନ୍ନା ବେନ, ଦିଶା ପାଟନୀ ଏବଂ ବ୍ରାହ୍ମାନନ୍ଦମ ସହଯୋଗୀ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ଟି ମୋଟ ୬୦୦ କୋଟି ଟଙ୍କାରେ ନିର୍ମାଣ ହୋଇଛି।

Leave a Reply

Your email address will not be published. Required fields are marked *