ନୂଆ ରୂପରେ ନଜର ଆସିଲେ କଙ୍ଗନା

ମୁମ୍ବାଇ: ବହୁ ଦିନର ପ୍ରତୀକ୍ଷା ପରେ ଶେଷରେ ରିଲିଜ୍‌ ହୋଇଯାଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ ହିନ୍ଦୀ ସିନେମା ‘ଏମର୍ଜେନ୍ସି’ର ଟ୍ରେଲର୍‌। ଏହି ସିନେମାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ କଙ୍ଗନାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଛି। ଦିବଗଂତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିବା କଙ୍ଗନା ଫିଲ୍ମରେ ଅବିକଳ ତାଙ୍କ ପରି ଦେଖାଯାଉଥିବା ନଜର ଆସିଛନ୍ତି । ଏହାଛଡା ସାମ୍‌ ମାନେକ୍ସଙ୍କ ଚରିତ୍ରରେ ମିଲିନ୍ଦ ସୋମନ ମଧ୍ୟ ଦମଦାର ଅଭିନୟ କରିଛନ୍ତି। ସେହିଭଳି ରିଲିଜ ହୋଇଥିବା ଟ୍ରେଲର ରେ ଅଭିନେତା ଅନୁପମ୍‌ ଖେର୍‌ ଏବଂ ଶ୍ରେୟାସ ତାଲପଡେଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଏହି ସିନେମାରେ ଯୁବା ଅବସ୍ଥାରେ କିପରି ଇନ୍ଦିରା ଗାନ୍ଧୀ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଏବଂ ଏହି ସମୟରେ ତାଙ୍କ ପିତାଙ୍କ ସହିତ ତାଙ୍କର କିପରି ସମ୍ପର୍କ ଥିଲା ତାହା ସମ୍ପୂର୍ଣ ଭାବରେ ଚିତ୍ରିତ କରାଯାଇଛି। ରାଜନୀତିରେ ପ୍ରବେଶ କରିବା ସମୟରେ ସେ କିପରି ତାଙ୍କ ସମୟରେ ଦେଶରେ ଲାଗି ରହିଥିବା ଯୁଦ୍ଧ ଏବଂ ଦେଖାଯାଇଥିବା ରାଜନୈତିକ ଅସ୍ଥିରତାକୁ କିପରି ସମ୍ଭାଳିଛନ୍ତି ତାହା ଅତି ନିଖୁଣ ଭାବରେ ଦର୍ଶାଯାଇଛି । ଅନ୍ୟପଟେ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ୧୯୭୫ ମସିହାରେ ସେ କିପରି ସାରା ଦେଶରେ ଦୀର୍ଘ ୨୧ ମାସ ଧରି ଜରୁରୀ କାଳୀନ ପରିସ୍ଥିତି ବା ଏମର୍ଜେନ୍ସି ଲଗାଇ ସାରା ଭାରତ ରେ ତାଙ୍କ ସରକାର କିପରି ସମାଲୋଚନା ର ଶିକାର ହୋଇଥିଲେ ତାହା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *