ନୁଆଦିଲ୍ଲୀ : ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ନେଇ ଏକ ବିବାଦୀୟ ପ୍ରଶ୍ନ କରିଛନ୍ତି କର୍ଣ୍ଣାଟକ ବିଜେପି ବିଧାୟକ ବସନଗୌଡା ପାଟିଲ ୟତନାଲ। ରାହୁଲଙ୍କ ଧର୍ମକୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ। ବିଧାୟକ ଜଣଙ୍କ ରାହୁଲ ଗାନ୍ଧିଙ୍କୁ ଜଣେ ମୁସଲମାନ ନା ଖ୍ରୀଷ୍ଟିଆନ ବୋଲି ପ୍ରଶ୍ନ କରିଛନ୍ତି। ଏହାଛଡା ରାହୁଲ ଗାନ୍ଧିଙ୍କର ଜନ୍ମ ପ୍ରକୃତରେ କେଉଁ ବଂଶରେ ହୋଇଛି ସେ ବିଷୟରେ ତଦନ୍ତ ହେବା ସହିତ ଦେଶ ବାସୀମାନେ ଏ ବିଷୟରେ ଜାଣିବା ଆବଶ୍ୟକ ବୋଲି ସେ ଆହ୍ୱାନ କରିଛନ୍ତି। ଏହାଛଡା ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ ,ରାହୁଲ ଗାନ୍ଧି ଏବେ ଆମେରିକା ଯାଇ ସେଠାରେ ରାଷ୍ଟ୍ର ବିରୋଧୀ ବିବୃତ୍ତି ଦେଇଛନ୍ତି। ସେ ଦେଶରେ ଜାତିଗତ ଜନଗଣନା କରିବାକୁ ଚାହୁଁଛନ୍ତି, କିନ୍ତୁ ସେ ବାସ୍ତବରେ ମୁସଲମାନ ନା ଖ୍ରୀଷ୍ଟିଆନଙ୍କ ଦ୍ୱାରା ଜନ୍ମ ହୋଇଛନ୍ତି, ସେ ନିଜେ ମଧ୍ୟ ଜାଣନ୍ତି ନାହିଁ। ରାହୁଲ ଗାନ୍ଧୀ ସର୍ବଦା ନିଜକୁ ଜଣେ ବ୍ରାହ୍ମଣ ବୋଲି ଦାବି କରି ଆସୁଥିବା ବେଳେ ସେ କେଉଁ ବ୍ରାହ୍ମଣରୁ ଆସନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।