ଜମ୍ମୁ କଶ୍ମୀର : ନିର୍ବାଚନରେ ପ୍ରଚାର କରିବାକୁ ଆସି ଅସୁସ୍ଥ ହୋଇପଡିଲେ ନେତା । ତଥାପି ମଞ୍ଚରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସ୍ବାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। ସେତେବେଳେ ସେ ମଞ୍ଚରୁ ସାଧାରଣ ଜନତାଙ୍କୁ ସମ୍ବୋଧିତ କରୁଥିଲେ। କିଛି ସମୟ ପରେ ତାଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ହୋଇଥିଲା, ସେତେବେଳେ ସେ କହିଥିଲେ ଆମେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ସଂଗ୍ରାମ କରିବୁ। ଏବେ ମୋର ବୟସ ୮୩ବର୍ଷ ଏବଂ ମୁଁ ଏତେ ଶୀଘ୍ର ମରିବାକୁ ଯାଉ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ଯେ ପର୍ଯ୍ୟନ୍ତ କ୍ଷମତାରୁ ହଟି ନାହାନ୍ତି ସେ ପର୍ଯ୍ୟନ୍ତ ମୁଁ ଜୀବିତ ରହିବି।