ଜାଣନ୍ତୁ ଫିଟିକିରି ଏହି 5 ଫାଇଦା, ଯାହା ଆପଣଙ୍କ ଚର୍ମକୁ ଦୁଇ ଦିନରେ ଚମକାଇବ

beayty tips : ପ୍ରାୟତଃ ପ୍ରତ୍ୟେକ ଘରେ ଫିଟକରୀ ବ୍ୟବହୃତ ହୋଇଥାଏ । ଫିଟିକିରିର ୨ଟି ରଙ୍ଗ ରହିଛି, ଗୋଟିଏ ଲାଲ ତ ଅନ୍ୟ ଟି ଧଳା । ଏହାକୁ ଏକ ପ୍ରକାର ଆଣ୍ଟି-ବ୍ୟାକ୍ଟେରିଆଲ୍ କୁହାଯାଏ ।ଆପଣ ଜାଣିଥିବେ ଯେ ,ଏହାକୁ ଅନେକ ପ୍ରକାରର ସମସ୍ୟାର ସମାଧାନ ପାଇଁ ବ୍ୟବହାର କରାଯାଏ । ହେଲେ ଚର୍ମ ପାଇଁ ଫିଟିକିରି ରାମବାଣ ସଦୃଶ।ତେବେ ଆପଣଙ୍କ ଚର୍ମକୁ ଉଜ୍ଜ୍ୱଳ ଏବଂ ଚିକ୍କଣ କରିବା ପାଇଁ ଜାଣନ୍ତୁ ଫିଟିକିରିର ଏହି ୫ ଟି ଫାଇଦା ବିଷୟରେ।

1– ଗାଧୋଇବା ପାଇଁ ରଖିଥିବା ପାଣିରେ ଏକ ଚାମଚ ଫିଟିକିରି ମିଶାନ୍ତୁ । ଏହି ପାଣିରେ ଗାଧୋଇବା ଦ୍ୱାରା ଶରୀରରୁ ଝାଳର ଗନ୍ଧ ଚାଲିଯାଏ ।

2– ଯଦି କୌଣସି ସ୍ଥାନରେ ଆଘାତ କିମ୍ବା କ୍ଷତ ହୋଇଛି, ତେବେ ସେଠାରେ କିଛି ଫିଟିକିରି ଗୁଣ୍ଡ ପକାନ୍ତୁ ବା ଏହାର ପାଣିରେ କ୍ଷତ ସ୍ଥାନକୁ ଧୋଇଦିଅନ୍ତି । ଏପରି କରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

3– ଫିଟିକିରିର ପାଣିରେ ପ୍ରାଇଭେଟ ପାର୍ଟକୁ ସଫା କରିବା ଦ୍ୱାରା କୌଣସି ଇନଫେକ୍ସନ ହୋଇନଥାଏ । ଏହା ସହିତ ୟୁରିନ୍ ଇନଫେକ୍ସନ ବା ପରିସ୍ରା ସମ୍ବନ୍ଧୀୟ ସଂକ୍ରମଣରୁ ବି ଆରାମ ମିଳିଥାଏ ।

4– ଯଦି ଦାନ୍ତରେ ପୋକ କାଟିବା ବା ଯନ୍ତ୍ରଣା ଅନୁଭବ ହେଉଥିଲେ, ଆପଣ ଫିଟିକିରି ପାଣିରେ କୁଳି କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଦାନ୍ତ ସମସ୍ୟାର ମୁକ୍ତ ହେବ ।

5– ସେଭିଂ କଟ୍ ଲାଗିଥିଲେ ଏକ ଚାମକ ଫିଟିକିରି ପାଣିରେ ମିଶାନ୍ତୁ ଓ ପରେ ଏଥିରେ ମୁହଁ ଧୁଅନ୍ତୁ । ଏପରି କରିବା ଦ୍ୱାରା କଟରୁ ରକ୍ତସ୍ରାବ ବନ୍ଦ ହୋଇଯିବ ।

Leave a Reply

Your email address will not be published. Required fields are marked *