ଓସ୍କାରରେ ଏଣ୍ଟ୍ରି କଲା ‘ଲାପତା ଲେଡିଜ୍‌’

ନୂଆଦିଲ୍ଲୀ : ପ୍ରେକ୍ଷାଳୟରେ ଜବରଦସ୍ତ ହିଟ୍‌ ହେବା ପରେ ଆଉ ଏକ ସଫଳତା ହାସଲ କରିଛି ହିନ୍ଦୀ ଚଳଚ୍ଚିତ୍ର ‘ଲାପତା ଲେଡିଜ୍‌’।ଆମୀର ଖାନ ପ୍ରଡକ୍ସନ୍ସରେ କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଓସ୍କାର ୨୦୨୫ରେ କଲା ଏଣ୍ଟ୍ରି କରିବା ସହିତ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା ହୋଇଛି। ଏହି ଫିଲ୍ମରେ ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ନୀତାଂଶି ଗୋୟଲ ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଏହି ଫିଲ୍ମଟି ପରଦାକୁ ଆସିଥିଲା। ଫିଲ୍ମ ‘ଲାପତା ଲେଡିଜ୍‌’ ୨୯ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇଛି। ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍‌ ଫିଲ୍ମ ‘ଆନିମଲ’, ମଲୟାଲମ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଅଟ୍ଟମ୍’ ଏବଂ କାନ୍ସ ବିଜେତା ‘ଅଲ୍ ଓ୍ୱି ଇମାଜିନ୍‌ ଇଜ୍ ଲାଇଟ୍‌’ ମଧ୍ୟ ରହିଥିଲା।। ଶ୍ରେଷ୍ଠ ବିଦେଶୀ ଫିଲ୍ମ କ୍ୟାଟେଗୋରୀ ପାଇଁ ଏହା ମନୋନୀତ ହୋଇଛି। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟମାନେ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ପ୍ରବେଶ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *