ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଏକ ନୂଆ ରେକର୍ଡ କରିଛନ୍ତି ଯୁବଶଟଲର ଲକ୍ଷ୍ୟ ସେନ୍ । ବ୍ୟାଡ୍ ମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ଅଲିମ୍ପିକ୍ସରେ ଐତିହାସିକ ସଫଳତା । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ବ୍ୟାଡ଼ମିଣ୍ଟନରେ ସିଧାସଳଖ ସେମିକୁ ଏଣ୍ଟ୍ରି। ତାଙ୍କ ପୂର୍ବରୁ କେବଳ କଶ୍ୟପ ହିଁ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲ ଯାଏ ପ୍ରବେଶ କରି ପାରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ବ୍ୟାଡ଼ମିଣ୍ଟନ ଇଭେଣ୍ଟର କ୍ୱାର୍ଟର ଫାଇନଲରେ ତାଇୱାନ ଖେଳାଳି ଚୋଉ ଟିନ୍-ଚେନ୍ଙ୍କୁ ହରାଇ ସେ ସେମିରେ ପ୍ରବେଶ କରିଛନ୍ତି । ବ୍ୟାଡମିଣ୍ଟନ ସେମିରେ ପ୍ରବେଶ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପୁରୁଷ ଖେଳାଳି । ଏହା ସହିତ ପି.ଭି. ସିନ୍ଧୁ ଏବଂ ସାଇନା ନେହୱାଲଙ୍କ ପରେ ସେ ହେଉଛନ୍ତି ତୃତୀୟ ଭାରତୀୟ ଖେଳାଳି । ପଦକ ପକ୍କା କରିବାକୁ ଆଉ ମାତ୍ର ଗୋଟିଏ ପାହୁଣ୍ଡ ଦୂରରେ ଅଛନ୍ତି ୨୨ ବର୍ଷୀୟ ଲକ୍ଷ୍ୟ ସେନ୍ ।ଏବେ ସମସ୍ତଙ୍କ ନଜର ଲକ୍ଷ୍ୟ ସେନ୍ ଙ୍କ ଉପରେ ରହିଛି ।