ରକ୍ତର ହୋଲି ଖେଳିଲା ଇସ୍ରାଏଲ୍

ଇସ୍ରାଏଲ୍ : ରକ୍ତର ହୋଲି ଖେଳିଲା ଇସ୍ରାଏଲ୍। ଭୟଙ୍କର ଆକ୍ରମଣ କରି ହିଜବୁଲ୍ଲା ହମଲାର ଦୃଢ଼ ଜବାବ ଦେଲା ଇସ୍ରାଏଲ୍ । ଲେବାନନରେ ହିଜବୁଲ୍ଲା ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ । ହିଜବୁଲ୍ଲା ଆଡ୍ଡା ଉପରେ ଇସ୍ରାଏଲ୍ କରିଥିବା ପ୍ରଚଣ୍ଡ ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ଗଲାଣି ୪୯୦ରୁ ଅଧିକ ଜୀବନ । ଏଥିରେ ଶହ ଶହ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏ ସମ୍ପର୍କରେ ଲେବାନନ୍ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଇସ୍ରାଏଲ୍ ଖୋଜି ଖୋଜି ପ୍ରାୟ ୩ ଶହରୁ ଅଧିକ ହିଜବୁଲା କ୍ୟାମ୍ପକୁ ଟାର୍ଗେଟ୍ କରି ଏୟାର ଷ୍ଟ୍ରାଇକ କରିଛି । ରବିବାର ସକାଳେ ଉତ୍ତର ଇସ୍ରାଏଲର ଜେଜେବାଲ୍ ଘାଟି ଉପରେ ହଠାତ୍ ଆତଙ୍କୀ ସଂଗଠନ ହିଜବୁଲ୍ଲା ଅତର୍କିତ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବ୍ୟବହାର କରାଯାଇଥିବା ଅତ୍ୟାଧୁନିକ ରକେଟ୍ ଏବଂ ମିଜାଇଲ ମାଡ଼ରେ ଦୋହଲି ଯାଇଥିଲା ସମ୍ପୂର୍ଣ ଇସ୍ରାଏଲ। ଏହି ଆକ୍ରମଣ ଏତେ ଭୟଙ୍କର ହୋଇଥିଲା ଯେ ଲୋକମାନେ ଭୟରେ ଭୂମି ତଳେ ଥିବା ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି । ଇସ୍ରାଏଲ୍ ପକ୍ଷରୁ ଏୟାର ଷ୍ଟ୍ରାଇକ କରି ପାଲଟା ଜବାବ ଦିଆଯାଇଥିବା ବେଳେ ଇସ୍ରାଏଲ୍-ଲେବାନନ୍ ଭିତରେ ଯୁଦ୍ଧର ଆଶଙ୍କା ଆହୁରି ବଢ଼ି ଯାଇଛି।

Leave a Reply

Your email address will not be published. Required fields are marked *