ଫିକା ପଡିବ ଦଶହରା !

ଭୁବନେଶ୍ୱର : ଆଗକୁ ଆସୁଛି ଦଶହରା । ସଜେଇ ହେଲାଣି ସହର । ତୋରଣ ସାଙ୍ଗକୁ ଆତଶବାଜିରେ କମ୍ପି ଉଠିବ ପୂଜା ମଣ୍ଡପ। କିନ୍ତୁ ଚଳିତ ବର୍ଷ ବର୍ଷାରେ ଭିଜିବ ଦଶହରା। ଆସନ୍ତା ଅକ୍ଟୋବର ୬ରେ ଲଘୁଚାପ ହେବାର ସମ୍ଭାବନା ଅଛି ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ୪ ଓ ୫ ତାରିଖରେ ସାରା ଓଡିଶାରେ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ରାଜ୍ୟରେ ଆଗାମୀ ୫ ଦିନ ଅର୍ଥାତ ୩ ତାରିଖ ଯାଏ ବଡ ବର୍ଷା ନାହିଁ। କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ୪ ତାରିଖ ପରେ ପୁଣି ବର୍ଷାର ପରିମାଣ ବଢିବ ବୋଲି କହିଛି ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *