ବଦଳିଲେ ରାଜ୍ୟର ୨୦ ଜିଲ୍ଲାପାଳ

ଭୁବନେଶ୍ୱର, ୦୮/୦୮: ରାଜ୍ୟରେ ଆଇଏଏସ ସ୍ତରକୁ ନେଇ ଆସିଲା ବଡ଼ ଖବର l ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ। ନୂଆ ସରକାର ଗଠନର ପ୍ରାୟ ୨ ମାସ ପରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି l ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ପି. ଅନ୍ବେଷା ରେଡ୍ଡି ହୋଇଛନ୍ତି ଯାଜପୁର ଜିଲ୍ଲାପାଳ।

ସେହିଭଳି ନୟାଗଡ଼ ଜିଲ୍ଲାପାଳ ଥିଲେ ସ୍ବଧା ଦେବ ସିଂଙ୍କର ବଦଳି ହୋଇଛି। ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଥିବା ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏପଟେ ରାଜ୍ୟସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବା ଦିଲ୍ଲୀର ରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମୋହନ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ବିଶେଷ କରି ସାଧାରଣ ନିର୍ବାଚନ ପାଖରୁ ଫାଙ୍କା ପଡିଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି। ସେହିପରି ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ପାୱାର କରିଡରକୁ ଅଣାଯାଇଛି। ସେହିପରି ଏହି ବଡ଼ ଧରଣର ଆଇଏଏସ ସ୍ତରରେ ଅଦଳବଦଳରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *