ଶଙ୍ଖ ଛାଡି ପଦ୍ମ ଶିବିରରେ ମମତା

ପଦ୍ମ ଧରିଲେ ମମତା ମହାନ୍ତ । ଆଜି ଦିଲ୍ଲୀରେ ବିଜେପିର କାର୍ଯ୍ୟାଳୟରେ ସମ୍ପାଦକ ଅରୁଣ ସିଂହ ଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେପି ରେ ସାମିଲ ହୋଇଛନ୍ତି ମମତା ମହାନ୍ତ ।ବୁଧବାର ବିଜେଡିର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡି ର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ବିଜେପିର ବରିଷ୍ଠ ନେତା ଅରୁଣ ସିଂ ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ମମତା ମହାନ୍ତ କୁଡୁମୀ ସମ୍ପ୍ରଦାୟର ଜଣେ ଜଣାଶୁଣା ଓ ଟାଣୁଆ ନେତ୍ରୀ ଭାବେ ବେଶ୍‌ ପରିଚିତ ଥିଲେ । କୁଡୁମୀ ସମ୍ପ୍ରଦାୟର ଭୋଟ୍‌କୁ ହାତେଇବା ପାଇଁ ବିଜେଡି ତାଙ୍କୁ ଦଳରେ ସାମିଲ୍‌ କରିଥିବା ସହିତ ରାଜ୍ୟସଭାକୁ ମଧ୍ୟ ପଠାଇ ଥିଲା। କିନ୍ତୁ ଚଳିତ ଥର ନିର୍ବାଚନରେ ବିଜେଡିର ଶୋଚନୀୟ ଭାବରେ ଓଡ଼ିଶାରେ ପରାଜୟ ହୋଇଛି । ତାହା ସହିତ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସବୁ ବିଧାନସଭା ଆସନରେ ବିଜେଡି ଏଥର ପରାଜୟ ର ସାମ୍ନା କରିଛି ।

Leave a Reply

Your email address will not be published. Required fields are marked *