ମନୀଷଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟଙ୍କରୁ ମିଳିଛି ବଡ ଆଶ୍ୱସ୍ତି । ଦୀର୍ଘ ୧୭ ମାସ ଜେଲରେ ରହିବା ପରେ ଆଜି ମନୀଷ ସିସୋଦିଆଙ୍କୁ ସର୍ବୋଚ୍ଚ ଅଦାଲତ ପକ୍ଷରୁ ଜାମିନ ମିଳିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଫେବୃଆରୀ ୨୬, ୨୦୨୩ ତାରିଖ ଦିନ ‘ସିବିଆଇ’ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ରେ ଥିଲେ। ସୂଚନା ଅନୁସାରେ ୩ ଦିନ ପୂର୍ବରୁ ମନୀଷ ଙ୍କ ଶୁଣାଣି ହୋଇଥିବାବେଳେ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ମନୀଷ ସିସୋଦିଆଙ୍କୁ ଜାମିନ୍ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ବେଲ୍‌ ମାମଲାରେ ହାଇକୋର୍ଟ ଏବଂ ଟ୍ରାଏଲ କୋର୍ଟ ଏକ ସୁରକ୍ଷିତ ଖେଳ ଖେଳୁଛନ୍ତି । ଦଣ୍ଡ ଦେବା ପାଇଁ ଜାମିନ ନାମଞ୍ଜୁର ହୋଇପାରିବ ନାହିଁ। ବର୍ତ୍ତମାନ ସମୟ ଆସିଛି କୋର୍ଟ ବୁଝିବା ଉଚିତ ଯେ, ଜାମିନ ଏକ ନିୟମ ଏବଂ ଜେଲ ଏକ ଅପବାଦ । ଏହାସହିତ ତିନୋଟି ସର୍ତ୍ତରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ପ୍ରଥମସର୍ତ୍ତ ଟି ହେଉଛି ତାଙ୍କୁ ୧୦ ଲକ୍ଷ ଟଙ୍କା ବଣ୍ଡ ଦେବାକୁ ପଡିବ । ଏହା ବ୍ୟତୀତ ସେମାନଙ୍କୁ ଦୁଇଟି ଜାମିନଦାର ମଧ୍ୟ ଉପସ୍ଥାପନ କରିବାକୁ ପଡିବ । ତେବେ ଶେଷରେ ତୃତୀୟ ସର୍ତ୍ତ ଟି ହେଉଛି ସେ ନିଜ ପାସପୋର୍ଟ ନିଜ ପାଖରେ ନ ରଖି କୋର୍ଟ ପାଖରେ ସରେଣ୍ଡର କରିବେ ।

Leave a Reply

Your email address will not be published. Required fields are marked *