ଚାକିରୀ ନ ସରୁଣୁ UPSC ଅଧକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ, ୨୦/୦୭: ଚାକିରୀ ନ ସରୁଣୁ UPSC ଅଧକ୍ଷଙ୍କ ଇସ୍ତଫା l UPSC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ। କାର୍ଯ୍ୟକାଳ ସାରିବା ପୂର୍ବରୁ ଅଧକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ l ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ ମସିହାରେ ଶେଷ ହୋଇଥାନ୍ତା। ମାତ୍ର ପ୍ରାୟ ୫ ବର୍ଷ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପଛର କାରଣ ଜଣାପଡ଼ି ନ ଥିବା ବେଳେ “ବ୍ୟକ୍ତିଗତ କାରଣ” ଦର୍ଶାଇ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି l

UPSC ପରୀକ୍ଷାରେ ଜାଲ୍‌ ସାର୍ଟିଫିକେଟ ଦେଇ ଆଶାୟୀମାନେ ଚାକିରି ହାତଉଥିବା ଅଭିଯୋଗ ହେଉଥିବା ବେଳେ ଏପରି ଘଟଣା ସାମନାକୁ ଆସିଛି। ତେବେ ସୂତ୍ରରୁ ପ୍ରକାଶ ଯେ ସୋନୀଙ୍କ ଇସ୍ତଫା ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ନେଇ ହୋଇଥିବା ବିବାଦ ସହ ଜଡିତ ନୁହେଁ।

ମନୋଜ ସୋନି UPSC ସଦସ୍ୟ ଭାବେ ୨୦୧୭ରେ ନିଯୁକ୍ତି ପାଇଥିଲେ । ୨୦୨୩ ମେ’ ୧୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଆଗାମୀ ୫ ବର୍ଷ ଅର୍ଥାତ୍ ୨୦୨୯ ପର୍ଯ୍ୟନ୍ତ ମନୋଜ ସୋନି ଏହି ପଦକୁ ସମ୍ଭାଳିଥାନ୍ତେ, ହେଲେ ବ୍ୟକ୍ତିଗତ କାରଣ ଦର୍ଶାଇ ଏଥିରୁ ସେ ବିରତି ନେଇଛନ୍ତି । କାରଣ ମନୋଜ ସୋନୀ ପ୍ରାୟ ମାସେ ପୂର୍ବରୁ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ସାରିଛନ୍ତି। ତେବେ ତାହା ଏପର୍ଯ୍ୟନ୍ତ ଗୃହୀତ ହୋଇଛି ନା ନାହିଁ ତାହାର ସୂଚନା ମିଳି ପାରିନି। ମନୋଜ ସୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ ଓ ଖାସ୍‌ ଲୋକ ବୋଲି ଜଣାଯାଇଛି। ଏଥିଯୋଗୁ ୟୁପିଏସ୍‌ସି ଅଧ୍ୟକ୍ଷ ପଦ ସମ୍ଭାଳିବା ପୂର୍ବରୁ ସେ ଗୁଜରାଟରେ ତିନି ଥର ପାଇଁ ଦୁଇଟି ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ତୁଲାଇ ସାରିଛନ୍ତି।

ମନୋଜ ସୋନୀ ୨୦୦୫ ମସିହାରେ ଗୁଜରାଟର ବଡ଼ୋଦରାସ୍ଥିତ MS ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଥିଲେ। ଡ. ବାବାସାହେବ ଆମ୍ବେଦକର ମୁକ୍ତ ବିଶ୍ବ ବିଦ୍ୟାଳୟରେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଲଗାତର ୨ଥର କୁଳପତି ଭାବେ ଦାୟିତ୍ବ ତୁଲାଇଛନ୍ତି ମନୋଜ ସୋନୀ । ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ମହାରାଜା ଶୟାଜୀରା ଓ ବିଶ୍ବ ବିଦ୍ୟାଳୟ, ବରୋଦାରେ ଭିସି ଭାବେ କାମ କରିଛନ୍ତି । ଏଥିସହ ଡାକ୍ଟର ବାବାସାହେବ ଆମ୍ବେଦକର ଓପନ ୟୁନିଭରସିଟିର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରି ସାରିଛନ୍ତି। ଉକ୍ତ ସମୟରେ ସେ ସବୁଠୁ କମ୍‌ ବୟସର କୁଳପତି ଭାବେ ଲୋକପ୍ରିୟ ହୋଇଥିଲେ।

Leave a Reply

Your email address will not be published. Required fields are marked *