ଇତିହାସ ରଚିଲେ ମନୁ-ସରବଜୋତ

ଇତିହାସ ରଚିଲେ ମନୁ-ସରବଜୋତ | ପ୍ୟାରିସ ଅଲିମ୍ପିକ୍ସରୁ ଆସିଲା ପୁଣି ଏକ ଖୁସି ଖବର। ଆଉ ଏକ ପଦକ ହାତେଇଲା ଭାରତ। ଶୁଟିଂରେ ମନୁ ଭାକର ଓ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି | ଦୁହେଁ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟ ବ୍ରୋଞ୍ଚ ପଦକ ମ୍ୟାଚ ରେ କୋରିଆକୁ ପରାସ୍ତ କରି ଏହି ପଦକ ହାତେଇଛନ୍ତି | ଭାରତ କୋରିଆକୁ ୧୬-୧୦ ରେ ପରାସ୍ତ କରି ଏହି ପଦକ ହାତେଇଛନ୍ତି |

ଏହା ପୂର୍ବରୁ ମନୁ ଭକର ରବିବାର ସମାନ ଇଭେଣ୍ଟର ସିଙ୍ଗଲ୍ସ ଇଭେଣ୍ଟରେ ବ୍ରୋଞ୍ଚ ଜିତିଥିଲେ | ଲଣ୍ଡନ ଅଲିମ୍ପିକ୍ସ-୨୦୧୨ ପରେ ପ୍ରଥମ ଥର ପାଇଁ ସୁଟିଂରେ ଭାରତ ଦୁଇଟି ଅଲମ୍ପିକ ପଦକ ହାସଲ କରିଛି | ଏହା ସହ ମନୁ ଭକର ଭାରତର ପ୍ରଥମ ମହିଳା ସୁତାର ହୋଇପାରିଛନ୍ତି ଯେଉଁଥିରେ ଦୁଇଟି ଅଲିମ୍ପିକ ପଦକ ଜିତିଛନ୍ତି |

Leave a Reply

Your email address will not be published. Required fields are marked *