ଗଡପଳାଶୁଣି ଫରେଷ୍ଟ ବିଟ ପ୍ଲାଣ୍ଟେସନରେ ମହା ଦୁର୍ନୀତି

କଙ୍କଡ଼ାହାଡ଼: ଢେ଼ଙ୍କାନାଳ ଜିଲ୍ଲା ମହାବୀରୋଡ ବନଖଣ୍ଡ ଅଧିନରେ ଥିବା ଗଡପଳାଶୁଣି ଫରେଷ୍ଟ ବିଟ ଅଧୀନରେ ବହୁ ମାତ୍ରା ରେ ଚାଲିଛି ବନବିଭାଗର ପ୍ଲାଣ୍ଟେସନ ଦୁର୍ନୀତି। ଗଡପଳାଶୁଣି ବେହେରା ସାହି ଠାରୁ କିଛି ଦୂରରେ ଥିବା ଗଡପଳାଶୁଣି ଖେସରା ଜଙ୍ଗଲ ମଧ୍ୟରେ ପ୍ରାୟ ୨୦ ହେକ୍ଟର ଜାଗାରେ ୧୦.୦୦୦ ଚାରା ଯାହାକି ଅସନ ଏବଂ ଅର୍ଜୁନ ଚାରା ଲଗାଇ ଲକ୍ଷ୍ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ଦାୟିତ୍ଵରେ ଥିବା କିଛି ଅଧିକାରୀ। ସେହି ଭଳି ଭାବେ ବାମ ପଞ୍ଚାୟତ ଠାରୁ ବାଲି ସାହି ଗାଁ ନିକଟରେ ହେଉଛି ଏକ ବନବିଭାଗ ତରଫରୁ ପ୍ଲାଣ୍ଟସନ କାର୍ଯ୍ୟ। ସେହି କାର୍ଯ୍ୟ ମଧ୍ୟ ଅତି ନିମ୍ନ ମାନର ହେଉଛି । ଜନ ସାଧାରଣଙ୍କୁ ସୁଚାଉଥିବା ସୂଚନା ଫଳକ ହେଇଛି ସାତ ସପନ। ଖବର ପ୍ରସାରଣ ପରେ ଏବେ ସୂଚନା ଫଳକ ଲଗାଇଲେ ଅଧିକାରୀ । ସରକାରଙ୍କ ନିୟମକୁ ଖୋଲା ଖୋଲି ଭାବେ ଏଠାରେ ଉଲ୍ଲଂଘନ କରୁଛି ବନବିଭାଗ । ଗାଁ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ପାହାଡ ଘେରା ଜଙ୍ଗଲ ମଧ୍ୟରେ ଅତି ନିମ୍ନ ମାନର ପ୍ଲାଣ୍ଟେସନ କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବାକୁ ଯୋଜନା କରୁଛି ବନ ବିଭାଗ। ନିମ୍ନ ମାନର କାର୍ଯ୍ୟ କରି ଭାଗ ବଣ୍ଟା କରିବାକୁ ବସିଛି ମହାବିରୋଡ ବନ ବିଭାଗ। କେଉଁ ଆଧାରରେ ଜଙ୍ଗଲ ପାହାଡ଼ ଘେରା ମଝିରେ ଜେସିବ ମେସିନ ଦ୍ବାରା କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା କୁ ହଡ଼ପ କରୁଛି ଏବଂ ଏହାର ଦାୟିତ୍ଵ ରେ ଥିବା ଫରେଷ୍ଟର ସହ ଫରେଷ୍ଟ ଗାର୍ଡ ମିଶି ତାହାକୁ ନେଇ ଅନେକ ପ୍ରଶ୍ନ ଏବେ ଉଠିଲାଣି। ଏହି କାର୍ଯ୍ୟ ହେଉଥିବା ପେରାପୁରୀ ପାହାଡ଼ ନିକଟରେ ଏକ ଜଙ୍ଗଲକୁ କାଟି ସେହି ମଧ୍ୟରେ ନିମ୍ନ ମାନର କାର୍ଯ୍ୟ ନିର୍ମାଣ ହେଇଥିବା ସୂଚନା ରହିଛି। ଖବର ପ୍ରସାରଣ ହେବା ପରେ ବନ ବିଭାଗ ତରଫରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଯଦି ଏହାକୁ ସଠିକ ଭାବରେ କାର୍ଯ୍ୟ ନକରିଥିବେ ସୂଚନା ରେ ଏକ ତଥ୍ୟ ମାଗିବେ ବୋଲି ଜନ ସାଧାରଣ କହିଛନ୍ତି। ତେବେ ଏଥି ପ୍ରତି ଢେ଼ଙ୍କାନାଳ ଜିଲ୍ଲା ବନଖଣ୍ଡ ଏବଂ ସ୍ଥାନୀୟ ପ୍ରଶାସନ ନଜର ଦେଇ ତଦାରଖ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *