MCL କତୃପକ୍ଷଙ୍କ ଭ୍ରଷ୍ଟାଚାର |

ତାଳଚେର13/01/2024: ତେରେ ବର୍ଷ ହେଲା ମୋତେ ନିରାଶ କରିଛନ୍ତି MCL କର୍ତ୍ୟୁ ପକ୍ଷ, ଚାକିରୀ ପାଇଁ ଦୌଡ଼ାଇ ଦୌଡ଼ାଇ ମୋ ପାଦରୁ ଚପଲ ଛିଡାଇ ଦେଲେଣି ଖଣି କର୍ତ୍ୟୁ ପକ୍ଷ | ମୋ ଚାକିରୀ ପାଇଁ ଛ ଜଣ ମିଶିକି କରିଛନ୍ତି ଶଢ଼ଯନ୍ତ୍ର, ଆଉ କହୁଛନ୍ତି CMD ଏବଂ DT କହିଛନ୍ତି ତମ ଚାକିରୀ ହେଇ ଯିବ |ହଁ ଦର୍ଶକ ବନ୍ଧୁ ଆମେ କହୁଛୁ. ତାଳଚେର ବ୍ଲକର ନରହରି ପୁର ପ୍ରଣତି ପ୍ରଧାନ ଙ୍କ କଥା | MCL ଜାଗା ଅଧି ଗ୍ରହଣ କଲା ପରେ ଲେଖା ପଢା ହୋଇଥିଲା ଚାକିରୀ ମିଳିବ ବୋଲି, କିନ୍ତୁ ଆଜିକୁ ତେର ବର୍ଷ ବିତି ଯାଇଥିଲେ ମଧ୍ୟ ଚାକିରୀ ମିଳି ପାରୁ ନାହିଁ | ହେଲେ କଥା ଦେଇ କଥା ରଖିଲେ ନାହିଁ MCL କର୍ତ୍ୟୁ ପକ୍ଷ | ହଁ ଦର୍ଶକ ବନ୍ଧୁ ଖାଲି ଏତିକି ନୁହେଁ ଅନୁଗୁଳ ଜିଲ୍ଲା ପାଳଙ୍କ ଠାରୁ ଆରମ୍ଭ କରି ଓଡିଶା ର ମାନ୍ୟବର ହାଇକୋର୍ଟ ପର୍ଯ୍ୟନ୍ତ ମୋ ଚାକିରୀ କାଗଜ ଯାଇଛି |ଏପଟେ MCL ର ହେଡ଼ ଅଫିସ ସମ୍ବଲପୁର ଠାରୁ ଆରମ୍ଭ କରି CMD DT ଙ୍କ ପାଖକୁ ମଧ୍ୟ ମୋ କାଗଜ ପତ୍ର ଯାଇଛି.ହେଲେ ଏପର୍ଯ୍ୟନ୍ତ ମିଳିଲା ନାହିଁ ଚାକିରୀ | ଏବେ ବାଧ୍ୟ ହୋଇ ଜଗନ୍ନାଥ କୋଇଲା କ୍ଷେତ୍ର କାର୍ଯ୍ୟାଳୟ ସମୁଖରେ ତିନି ଦିନ ତିନି ରାତି ହେଲା ଧାରଣା ରେ ବସିଛନ୍ତି ଯୁବତୀ ଜଣଙ୍କ.ସେ କହିବା କଥା ମୋ ଚାକିରୀ ପାଇଁ ଗୋଟେ ଷଢ଼ଯନ୍ତ୍ର ଚାଲିଛି | ମୋ ହକ ପାଇଁ ମୁଁ କାର୍ଯ୍ୟାଳୟ ସମୁଖରେ ବସିଲେ ମୋତେ ଧମକ ମଧ୍ୟ ମିଳୁଛି.ଆଉ କହୁଛନ୍ତି ତୁ ଏଠୁ ପଳେଇ ଯା | ଆହୁରି ମଧ୍ୟ ଯୁବତୀ ଜଣଙ୍କ କହୁଛନ୍ତି ପ୍ରତେକ ଦିନ ମୋତେ ଗୋଟେ ଭେରାଇଟି କାଗଜ ଧରାଇ ଦେଉଛନ୍ତି..ଯେଉଁ କାଗଜ କି ସମ୍ପୂର୍ଣ ଡୁପ୍ଲିକେଟ |ମୋର ଯାହାବି ହେଇ ଯାଉ ଚାକିରୀ ନ ମିଳିବା ଯାଏ ମୁଁ ଏଠାରୁ ଉଠିବି ନାହିଁ. ମୋର ଯାହା ଅସୁବିଧା ହେବ ସେଥିପାଇଁ ଛ ଜଣ ଜାଙ୍କ ଦାଈ ରହିବେ |ଏଠି ସବୁଠାରୁ ବଡ଼ ପ୍ରଶ୍ନ, ସେ ଛ ଜଣ ଭଦ୍ର ଲୋକ କିଏ କାହିଁକି ଠକୁଛନ୍ତି ଜମି ହରା ଯୁବତୀଙ୍କୁ |

Leave a Reply

Your email address will not be published. Required fields are marked *