ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବା ପରେ ବିଶ୍ବବ୍ୟାପୀ ବ୍ୟାଙ୍କଠୁ ନେଇ ଏୟାରଲାଇନ୍ସ ପର୍ଯ୍ୟନ୍ତ ସମସ୍ତ ସେବା ଠପ୍ ହୋଇଛି। ଅନେକ ଓ୍ବିଣ୍ଡୋଜ୍ ୟୁଜରଙ୍କୁ ବ୍ଲୁ ସ୍କ୍ରିନ୍ ଅଫ ଡେଥ ଏରର ନଜର ଆସିଛି । ଓ୍ବିଣ୍ଡୋଜ୍ରେ ଗଡ଼ବଡ଼ ଯୋଗୁଁ ସୁପରମାର୍କେଟ, ବ୍ୟାଙ୍କିଙ୍ଗ ଅପରେସନ୍, ଷ୍ଟକ ମାର୍କେଟ ବିଶେଷ ଭାବେ ପ୍ରଭାବିତ ହୋଇଛି । ଆମେରିକାରେ ୩ଟି ଏୟାର ଲାଇନ ନିଜ ନିଜର ବିମାନ ଉଡ଼ାଣ ବାତିଲ କରିଛନ୍ତି । ମାଇକ୍ରୋସଫ୍ଟ ଗତକାଲି କହିଥିଲା ଯେ, କ୍ଲାଉଡ଼ ସର୍ଭିସରେ ଥିବା ସମସ୍ୟାର ଯାଞ୍ଚ ଚାଲିଛି, ଯେଉଁ କାରଣରୁ ଅନେକ ଏୟାରଲାଇନ୍ସକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି |
କ୍ଲାଉଡ଼ ସର୍ଭିସରେ ତ୍ରୁଟି ହେତୁ ଭାରତରେ ମଧ୍ୟ ବିମାନ ସେବା ପ୍ରଭାବିତ ହୋଇଛି । କେବଳ ବ୍ୟାଙ୍କିଙ୍ଗ କିମ୍ବା ଏୟାରଲାଇନ୍ସ ନୁହେଁ ଓ୍ବିଣ୍ଡୋ ବ୍ୟବହୃତ ଅନେକ କମ୍ପାନି କାର୍ଯ୍ୟ ବାଧିତ ହୋଇଛି । ଆମେରିକାର ଜରୁରୀ ସେବା ୯୧୧ ମଧ୍ୟ ଠପ ହୋଇଥିବା ଜଣାପଡ଼ିଛି । ବ୍ରିଟେନ୍ରେ ସ୍କାଏ ନ୍ୟୁଜ୍କୁ ଅଫ ଏୟାର କରିବାକୁ ପଡ଼ିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲୋକେ ଓ୍ବିଣ୍ଡୋ କ୍ରାସ ହୋଇଥିବାର ଫଟୋ ଭିଡିଓ ଶେୟାର କରିଛନ୍ତି ।
ଭାରତରେ ସ୍ପାଇସ୍ ଜେଟ୍, ଆକାସା ଏୟାରଲାଇନ୍ସ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଭଳି ବିମାନ କମ୍ପାନୀ ୱିଣ୍ଡୋଜ୍ ୧୦ ଆଉଟେଜ ଦ୍ୱାରା ପ୍ରଭାବିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନେକ ବିମାନ ସେବା ସେବା ପ୍ରଭାବିତ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଏୟାରଲାଇନ୍ସ ଫ୍ରଣ୍ଟିଅର୍ କିଛି ବିମାନକୁ ବାତିଲ୍ କରିବାକୁ ବାଧ୍ୟ ହୋଇଥିଲା। ସାଇବର ବିଶେଷଜ୍ଞଙ୍କ ସୂଚନା ମୁତାବକ ଜର୍ମାନୀରେ ବ୍ୟାଙ୍କିଙ୍ଗ୍, ଟେଲିକମ୍, ମିଡିଆ ଆଉଟଲେଟ୍ ଏବଂ ଏୟାରଲାଇନ୍ସର ସେବା ପ୍ରଭାବିତ ହେଉଛି। ଏହାର ପ୍ରଭାବ ଦୁବାଇ ବିମାନବନ୍ଦରରେ ମଧ୍ୟ ଦୃଶ୍ୟମାନ ହେଉଛି | ମାଇକ୍ରୋସଫ୍ଟ ସର୍ଭର ଠପ ହେବା ପରେ ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜକୁ ମଧ୍ୟ ପ୍ରଭାବିତ କରିଛି |