ଆଜି ବଜେଟ ଆଗତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି| କେନ୍ଦ୍ରର ଆଗତ ହୋଇଥିବା ବଜେଟ ସମାଜର ସମସ୍ତ ବର୍ଗଙ୍କୁ ଫାଇଦା ଦେବା ସହିତ ବିକଶିତ ଭାରତର ମୂଳଦୁଆ ପକାଇବ ବୋଲି କହିଛନ୍ତି ମୋଦି। ସଂସଦ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି ରଖାଯାଇଛି। ଏହାଛଡା ମୋଦି ଆହୁରି କହିଛନ୍ତି ଯେ ,“ ଏଥରର ବଜେଟ ସମାଜର ସମସ୍ତ ବର୍ଗଙ୍କୁ ସୁହାଇବା ସହିତ ସଶକ୍ତ କରିବ। ଏହା ସହିତ ଗ୍ରାମାଞ୍ଚଳ , ଗରିବ ଓ କୃଷକ ମାନଙ୍କୁ ବହୁତ ଫାଇଦା ଦେବ। ଏହା ଶିକ୍ଷା, କୌଶଳ ବିକାଶକୁ ଆଗକୁ ବଢ଼ାଇବା ସହିତ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିବ। ଏହି ବଜେଟ ମଧ୍ୟ ମଧ୍ୟବିତ୍ତକୁ ନୂଆ ଶକ୍ତି ଯୋଗାଇବ। କେନ୍ଦ୍ର ସରକ ଏଥର ବଜେଟ ରେ ନିଯୁକ୍ତି, ଯୁବବର୍ଗ ଓ କୌଶଳ ବିକାଶକୁ ଫୋକସ କରିବାକୁ ଚେଷ୍ଟା କରିଛନ୍ତି। ଆସନ୍ତା କିଛ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରୂପେ ଗଢ଼ି ତୋଳିବାରେ ଏହି ବଜେଟ ଅତ୍ୟନ୍ତ ସହାୟକ ହେବ ବୋଲି ମୋଦି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି। ନୂଆ ଟିକସ ବ୍ୟବସ୍ଥା ଜରିଆରେ ସରକାର ଲୋକଙ୍କ ଟିକସ ବୋଝ ହ୍ରାସ କରିବାକୁ ଚେଷ୍ଟା କରିଥିବା ମୋଦି ନିଜର ମତ ରଖିଛନ୍ତି। ସେ ଆହୁରି କହିଛନ୍ତି, “ସ୍ପେଶ କ୍ଷେତ୍ର ପାଇଁ ୧୦୦୦ କୋଟି, ଆଞ୍ଜେଲ ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି, ନୂଆ ସ୍ୟାଟେଲାଇଟ ସହର ନିର୍ମାଣ ସହିତ ନୂଆ ଟ୍ରାଞ୍ଜିଟ ଯୋଜନା ଇତ୍ୟାଦି ଭାରତକୁ ବିକଶିତ ରାଷ୍ଟ୍ର ଆଡ଼କୁ ନେଇଯିବ ବୋଲି ମୋଦି କହିଛନ୍ତି ।