୧୦୦ ଦିନ ସଫଳତାର ହିସାବ ଫର୍ଦ୍ଦ

ଫିଟିଛି ଶ୍ରୀମନ୍ଦିର ଚାରିଦ୍ଵାର.. ଖୋଲିଛି ରତ୍ନଭଣ୍ଡାର। ସୁରକ୍ଷିତ ହୋଇଛି ଓଡ଼ିଆ ଅସ୍ମିତା…ସୁଭଦ୍ରା ଦେଖାଇଛି ମହିଳାଙ୍କୁ ସ୍ଵାବଲମ୍ବୀ ହେବାର ରାସ୍ତା।ଚାଷୀଙ୍କୁ ମିଳିଛି ସମ୍ମାନ…. ଓଡ଼ିଆଙ୍କ ସ୍ୱାଭିମାନ।ଏମିତି ୧୦୦ ଦିନରେ ମୋହନ ସରକାରଙ୍କ ୧୦ଟି ବଡ଼ ସଫଳତାକୁ ନେଇ ରାଜ୍ୟରେ ଚର୍ଚ୍ଚା।

ମାତ୍ର ଶହେ ଦିନରେ ଓଡ଼ିଆଙ୍କ ହୃଦୟରେ ରହି ପାରିଛନ୍ତି ମୋହନ ସରକାର।ନିର୍ବାଚନ ପୂର୍ବରୁ ପ୍ରକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ୧୦୦ ଦିନର ରିପୋର୍ଟ କାର୍ଡ ଦେଇଛନ୍ତି ମୋହନ ସରକାର ।ମଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମ ଘୋଷଣା ହେବା ପରେ ଲୋକଙ୍କ ସହ ମିଶ ସେମାନଙ୍କ ଅଭିଯୋଗ ଶୁଣିବା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।ସେଥିପାଇଁ ଖୁବ୍ କମ୍ ଦିନରେ ଲୋକପ୍ରିୟ ହୋଇ ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିଥିଲେ।

ନିର୍ବାଚନୀ ଇସ୍ତାହାରରେ 21ଟି ପ୍ରତିଶ୍ରୁତି ଦେଇଥିଲା ବିଜେପି ସରକାର ।ସେଥିମଧ୍ୟରୁ ୭ ଟି ପ୍ରତିଶ୍ରୁତି ପାଳନ କରାଯାଇଛି।ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର 4 ଦ୍ବାର ଖୋଲିବା, ଧାନ କ୍ବିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା ବଢାଇବା,ଓଡ଼ିଆରେ ପାଠ୍ୟକ୍ରମ ପ୍ରଚଳିତ କରାଇବା,ରତ୍ନଭଣ୍ଡାର ଖୋଲିବା,ବଜେଟରେ ସାମାଜିକ ସୁରକ୍ଷା ଭତ୍ତା ବଢାଇବା,ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ 3 ହଜାର 500 ଟଙ୍କା ବଢାଇବା, କିନ୍ତୁ କେବଳ 80 ବର୍ଷରୁ ଅଧିକ ବୟସର ବୃଦ୍ଧବୃଦ୍ଧାର ଏହାର ଫାଇଦା ପାଇବେ ।
ପିଏମ ଆବାସରେ ହିତାଧିକାରୀଙ୍କ ପାଇଁ ଘର ଦେବା ।ଏବଂ ଶହୀଦ ମାଧୋ ସିଂ ଯୋଜନା ଲାଗୁ କରିବା।

ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ 100 ଦିନରେ 45 ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବରେ ମୋହର ମାରିଛନ୍ତି । ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ 36 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତା ୫ ବର୍ଷରେ ମୋହନ ସରକାର 2.5 ଲକ୍ଷ କୋଟି ଟଙ୍କାର ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିରେ ବର୍ଷକ ପିଛା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ତାର 90 ପ୍ରତିଶତ ଅର୍ଥାତ 44,682.92 କୋଟି ଟଙ୍କା ଲକ୍ଷ୍ୟକୁ ସରକାର ପ୍ରଥମ 100 ଦିନରେ ପୂରଣ କରିଛନ୍ତି । ଓଡ଼ିଶା ସରକାରଙ୍କ ଦାବି, ଆଗାମୀ ୨୫ ବର୍ଷରେ ଭାରତର ବିକାଶରେ ଇଞ୍ଜିନ ବନିବ ଓଡ଼ିଶା ।

ସେହିପରି ଦେଶରେ ବିଜେପି ଏନଡିଏ ନେତୃତ୍ବ ସରକାରର ତୃତୀୟ ପାଳିର 100 ଦିନ ମଧ୍ୟ ପୂରଣ ହୋଇଛି । ଗୋଟିଏ ସାଧାରଣ ପରିବାରରୁ ଆସିଥିବା ଜଣେ ଅସାଧାରଣ ବ୍ୟକ୍ତିତ୍ଵ ନରେନ୍ଦ୍ର ମୋଦି । ସମଗ୍ର ବିଶ୍ବ ଯାହାଙ୍କୁ ନେତା ବୋଲି ଗ୍ରହଣ କରିଛି । ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ । ସଂକଳ୍ପ ପତ୍ରରେ କହିଥିଲୁ, ଲକ୍ଷପତି ଦିଦି କରିବୁ । 3 କୋଟି ପିଏମ ଆବାସ ଦେବାର ପ୍ରକ୍ରିୟା ଚାଲିଛି । 11 ଲକ୍ଷ ଲକ୍ଷପତି ଦିଦି ହେଲେଣି । 3 ଲକ୍ଷ କୋଟିରୁ ଅଧିକ ଟଙ୍କା ଭିତ୍ତିଭୂମି ପ୍ରତିଷ୍ଠାରେ ବିନିଯୋଗ କରାଯାଇଛି । ରେଳବାଇରେ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହୋଇଛି । ବନ୍ଦେ ଭାରତ ଟ୍ରେନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ରେଳ ସଂଯୋଗ କରାଯାଇଛି ।ଦେଶରେ ଆର୍ଥିକ ସ୍ଥିତି ଅଭିବୃଦ୍ଧି କରିବା ପାଇଁ ବିକଶିତ ଭାରତ ଗଠନ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ପ୍ରଧାନମନ୍ତ୍ରୀ । ସବୁ ଘରକୁ ବିଜୁଳି, ଗ୍ୟାସ, ମୌଳିକ ସୁବିଧା ଯୋଗାଇବା ପାଇଁ 100 ଦିନ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ମୋଦି ସରକାର ହାତକୁ ନେଇଛନ୍ତି । ବିଶ୍ଵକର୍ମା ଯୋଜନା କାର୍ଯ୍ୟକାରୀ ହୋଇଛି । 2 ଲକ୍ଷ କୋଟିର ପ୍ୟାକେଜ ଯୁବକ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । 1 କୋଟି ଯୁବକଙ୍କୁ ଶିଳ୍ପରେ ନିୟୋଜିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଚାଷୀଙ୍କୁ 17ଟି କିସ୍ତି ଦିଆସାରିଲାଣି । 1310 ଟଙ୍କା ରୁ 2300 ଟଙ୍କାରେ ପହଞ୍ଚିଲାଣି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ।’

ଜୁନ 4ରେ ଫଳାଫଳ ବାହାରିବା ପରେ 12 ଜୁନରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ 2 ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । 24 ବର୍ଷ ପରେ ରାଜ୍ୟରେ ବଦଳିଥିଲା ସରକାର । ବିରୋଧି ଆସନ ଛାଡି କ୍ଷମତା ଡୋରି ଧରିଥିଲା ବିଜେପି । ଏବେ ରାଜ୍ୟରେ ବିଜେପି ସରକାରକୁ 100 ଦିନ ପୂରଣ ହେବାକୁ ଯାଉଛି । ଏଥିପାଇଁ ପୁରୀ ବେଳାଭୂମିରେ ୧୦୦ ଦିନର ରିପୋର୍ଟ କାର୍ଡ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

Leave a Reply

Your email address will not be published. Required fields are marked *