ଫାଇନାଲରେ ପହଞ୍ଚିଲେ ଗୋଲଡେନ ବୟ

ପ୍ୟାରିସ, ୦୬/୦୮: ପ୍ରଥମ ଥରରେ କମାଲ କରି ଦେଖାଇଦେଲେ ନିରଜ ଚୋପ୍ରା l ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ନୀରଜ ଚୋପ୍ରାଙ୍କ ପୁଣି କମାଲ ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ ପ୍ରଥମ ଥ୍ରୋ ୮୯.୩୪ ମିଟର ଦୂରକୁ ଫିଙ୍ଗିଛନ୍ତି। ଏହା ସହିତ ସେ ଫାଇନାଲରେ ପହଞ୍ଚିଛନ୍ତି। ଚଳିତ ସିଜିନରେ ଏହା ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ। ଦେଶର ଅନ୍ୟତମ ଷ୍ଟାର କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରୁ ନିରାଶଜନକ ଖବର ଦେଇଥିଲେ। ସେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି l

କିନ୍ତୁ ଗୋଲଡେନ ବୟ ନିରାଜ ଚୋପ୍ରା ଭାରତ ପାଇଁ ସ୍ଵର୍ଣ ଆଣିବାର ଆଶାକୁ ଆହୁରି ଉଦ୍‌ଜୀବିତ କରିଛନ୍ତି l ଫାଇନାଲରେ ମଧ୍ୟ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍ ହୋଇଛନ୍ତି। ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଥ୍ରୋ କରିଛନ୍ତି ନିରଜ। ତାଙ୍କ ପରେ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ଫାଇନାଲକୁ ଯାଇଛନ୍ତି। ସେ ପ୍ରଥମ ପ୍ରୟାସରେ ୮୬.୫୯ ଦୂରତାକୁ ଜାଭେଲିନ ପକାଇଛନ୍ତି। ନୀରଜଙ୍କ ଭଳି ନଦୀମ ମଧ୍ୟ ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *