ବାହାରିଲା NEET-UG ପରୀକ୍ଷାଫଳ

ପ୍ରକାଶ ପାଇଲା NEET-UG ରେଜଲ୍ଟ । ଏନଟିଏ ପକ୍ଷରୁ ପ୍ରକାଶ ପାଇଲା ଚଳିତ ବର୍ଷର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ NEET-UG ରେଜଲ୍ଟ । ଅଫିସିଆଲ୍ ୱେବସାଇଟ୍ http://nta.nic.in ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ l ଆଜି ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜୁଲାଇ ୧୮ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦ୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ NTA ଏହି ନିର୍ଦ୍ଦେଶ ଦେଇଥିଲେ । ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ NEET ପରିଚାଳନାରେ ସେପରି କିଛି ଅନିୟମିତତା ହୋଇଥିବାର ନଜର ନ ଆସିଲେ ରିଟେଷ୍ଟ ହୋଇପାରିବ ନାହିଁ ।

ସୂଚନା ଅନୁଯାୟୀ, NEET-UG ୨୦୨୪ ପରୀକ୍ଷାରରେ ହୋଇଥିବା ଅନିୟମିତତାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଥିଲା। ପରୀକ୍ଷାରେ ମିଳିଥିବା ମାର୍କ ଉପରେ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। କିଛି ଛାତ୍ର ୭୧୮ ଏବଂ ୭୧୯ ମାର୍କ ପାଇଥିଲେ। ଫୁଲ ମାର୍କ ୭୨୦ହୋଇଥିବା ବେଳେ ୬୭ଜଣ ଛାତ୍ର ଶତ ପ୍ରତିଶତ ରେଜଲ୍ଟ ଅର୍ଥାତ୍ ୭୨୦ମାର୍କରୁ ୭୨୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଆଶ୍ଚର୍ଯ୍ୟର କଥା ସେଥିମଧ୍ୟରୁ ଆଠ ଜଣ ଛାତ୍ର ସମାନ ପରୀକ୍ଷା କେନ୍ଦ୍ରରୁ ଆସିଥିଲେ। ଯାହା NTA ଦ୍ୱାରା କରାଯାଇଥିବା ପରୀକ୍ଷା ଉପରେ ସନ୍ଦେହ ସୃଷ୍ଟି କରିଥିଲା।

ଚଳିତବର୍ଷ, NEET-UG ପରୀକ୍ଷା ୫ ମେ’ରେ ହୋଇଥିଲା। ଏହାର ଫଳାଫଳ ୪ ଜୁନ୍ ୨୦୨୪ରେ ପ୍ରକାଶ ପାଇଥିଲା। ଏଥିରେ ମୋଟ୍ ୧୫୬୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଏହାପରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ଜୁନ୍‌ ୨୩ରେ ଆଉ ଏକ ପରୀକ୍ଷା କରାଯାଇଥିଲା। ଯାହାର ରେଜଲ୍ଟ ଜୁନ୍ ୩୦ରେ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *