ଆଉ ଖାଆନ୍ତୁନି ଚିକେନ!

ଭୁବନେଶ୍ୱର : ଚାରିଆଡେ ଏବେ ବାର୍ଡ ଫ୍ଲୁ ର ଭୟ। ବାର୍ଡ ଫ୍ଲୁ ଭୟର ଆତଙ୍କ କୁ ଦୃଷ୍ଟି ରେ ରଖି ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମସି । ଭୁବନେଶ୍ବର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀରେ ବ୍ୟବସାୟ କରୁଥିବା ସମସ୍ତ କୁକୁଡ଼ା ବ୍ୟବସାୟୀ ମାନଙ୍କୁ ନୋଟିସ କରିଛି ବିଏମସି। ଏହାଛଡା ରାଜଧାନୀବାସୀଙ୍କୁ କିଛି ଦିନ ଚିକେନ ନ ଖାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର। ତତସହିତ କୁକୁଡ଼ା ମାନଙ୍କର ଅସ୍ବାଭାବିକ ମୃତ୍ୟୁ ହେଲେ ସେମାନଙ୍କୁ ଏଣେ ତେଣେ ନ ଫିଙ୍ଗି ପୋତିବା ସହ ସେହି ସ୍ଥାନରେ ବ୍ଲିଚିଂ ପାଉଡର ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ବାର୍ଡ ଫ୍ଲୁ କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଇତ୍ୟାଦି ଲାଗି ରହୁଛି ତେବେ ସିଧାସଳଖ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଏହାସହିତ ସଂକ୍ରମିତ କୁକୁଡ଼ା ମାନଙ୍କୁ ବାହାରକୁ ଛଡ଼ାଗଲେ ସଂକ୍ରମଣ ବଢିବା ନେଇ ଆଶଙ୍କା ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବର୍ତ୍ତମାନ ସଂକ୍ରମିତ ଅଞ୍ଚଳ ଗୁଡିକରେ କୁକୁଡାମରା ପ୍ରକ୍ରିୟା ଚାଲିଛି । ଲୋକମାନଙ୍କୁ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Leave a Reply

Your email address will not be published. Required fields are marked *