ଆଉ ଖାଇପାରିବେନି ଜଙ୍କ ଫୁଡ଼

ଉଚ୍ଚ ଶିକ୍ଷା ବିଭାଗ ପାଇଁ ଜାରି ହେଲା ନୂଆ ଗାଇଡଲାଇନ। ହଷ୍ଟେଲ କ୍ୟାଣ୍ଟିନ ଓ କଲେଜ ପରିସରରେ ପିଲାଙ୍କୁ ଅସ୍ୱାସ୍ଥ୍ୟକର ଖାଦ୍ୟ ବା ଜଙ୍କ ଫୁଡ଼ ନ ଦେବା ପାଇଁ ଚିଠି କଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଏଣିକି ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ ହେବ ଏହି ନୂଆ ନିୟମ। ଆଜିକାଲି ପିଲାମାନେ ଘରୋଇ ଖାଦ୍ୟ ଖାଇବା ଅପେକ୍ଷା ଜଙ୍କ ଫୁଡ ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି |

ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ ଫୁଡ଼ ଖାଇ ବହୁତ କମ ବୟସରୁ ପିଲାମାନେ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମୁଖୀନ ହେଉଛନ୍ତି |ଡାଇବେଟସ, ମେଦ ବହୁଳତା ଭଳି ଅନେକ ରୋଗର ଶିକାର ହେଉଛନ୍ତି ଅନେକ ପିଲା । ତେଣୁ ହଷ୍ଟେଲ କ୍ୟାଣ୍ଟିନ ଓ କଲେଜ ପରିସରରେ ପିଲାମାନଙ୍କୁ ଜଙ୍କ ଫୁଡ ବାରଣ ସହ ଏ ଦିଗରେ କଲେଜ କର୍ତ୍ତୃପକ୍ଷ ପିଲାଙ୍କୁ ସଚେତନ କରାଇବେ। ଏହାକୁ ନେଇ ଶିକ୍ଷାବିତ ମାନେ କହିଛନ୍ତି ଯେ ଏହା କେବଳ ଚିଠି ବା ନିର୍ଦେଶଦେଲେ ହେବ ନାହିଁ ବରଂ ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ | ଏହାସହିତ ପ୍ରଥମେ ଘର ଓ ପରିବାରରେ ଅଭିଭାବକ ମାନେ ସ୍ୱାସ୍ଥ୍ୟକର ଖାଦ୍ୟ ପିଲାଙ୍କୁ ଦେଲେ ସେମାନେ ପରିବର୍ତ୍ତନ ହେବେ। ଯାହାଦ୍ୱାରା ପିଲାମାନେ ଜଙ୍କ ଫୁଡ଼ ଛାଡି ଘରୋଇ ଖାଦ୍ୟ ଖାଇବେ ବୋଲି ମତ ଦେଇଛନ୍ତି ଶିକ୍ଷାବିତ ଡ଼ ଅମୀୟ ମହାନ୍ତି।

Leave a Reply

Your email address will not be published. Required fields are marked *