ନୂଆଦିଲ୍ଲୀ : ଆଜି ଆଇପିଏଲ ୨୦୨୫ର ମେଗା ଅକ୍ସନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନ ଅକ୍ସନରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅନେକ ବଡ ବଡ ଷ୍ଟାର ଖେଳାଳିଙ୍କୁ ଅକ୍ସନରେ କୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଓ ଷ୍ଟାର ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ରହିଛନ୍ତି। ୨୦୨୪ରେ କେନ ୱିଲିୟମସନଙ୍କୁ ଗୁଜରାଟ ଟାଇଟନ୍ସ କିଣି ଥିଲା। କିନ୍ତୁ ଆହତ ସମସ୍ୟା ଯୋଗୁ ୱିଲିୟମସନ ଗୁଜରାଟ ଟାଇଟନ୍ସ ପାଇଁ ଖେଳି ନଥିଲେ। ସେହିପରି ଫିଲିପ୍ସଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ କିଣିଥିଲେ ମଧ୍ୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ। ଏଥର ଉଭୟ ବେସ ପ୍ରାଇସ ୨ କୋଟି ଟଙ୍କା ସହ ଅକ୍ସନକୁ ଆସିଥିଲେ। କିନ୍ତୁ ଉଭୟଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନଥିବା ଦେଖିବାକୁ ମିଳିଛି । ସେହିପରି ଭାରତର ଯୁବ ବ୍ୟାଟର ପୃଥ୍ୱୀ ଶ ୨୦୨୪ରେ ସେ ଦିଲ୍ଲୀ କ୍ୟାପିଟାଲ୍ସରେ ରହିଥିଲେ। ଅକ୍ସନରେ ତାଙ୍କ ବେସ ପ୍ରାଇସ ୭୫ ଲକ୍ଷ ଥିଲେ ମଧ୍ୟ ତାଙ୍କୁ କେହି ବି ନେବାକୁ ଆଗ୍ରହ ଦେଖାଇ ନାହାନ୍ତି। ସେହିପରି ଶାର୍ଦ୍ଦୁଲ ଠାକୁରଙ୍କ ପାଇଁ କେହି ବିଡ ଲଗାଇ ନାହାନ୍ତି। ୨୦୨୪ରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦମଦାର ବ୍ୟାଟିଂ କରିଥିବା ଅଜିଙ୍କ୍ୟ ରାହାଣେ ଏଥର ଅନସୋଲ୍ଡ ରହିଛନ୍ତି। ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ କୌଣସି ପ୍ରାଞ୍ଚାଇଜ କିଣି ନାହାନ୍ତି।