ଦୋହଲି ଚାଲିଛି ଓଡିଶା ରାଜନୀତି !

ଭୁବନେଶ୍ୱର : ଚଳିତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ରାଜ୍ୟରେ ଅସ୍ତିତ୍ବ ହରାଇବକି ବିଜେଡି ! ରାଜ୍ୟ ରାଜନୀତିରୁ ଲିଭିଯିବକି ବିଜୁ ଜନତା ଦଳର ନାଁ । ବିଜେଡି ଭାଙ୍ଗିଯିବାର ମୁକସାକ୍ଷୀ ହେବେ କି ନବୀନ ପଟ୍ଟନାୟକ। ଆଜି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଏବଂ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ବୟାନ ବାଜିକୁ ନେଇ କିଛି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଯେ ଆଗକୁ ରାଜ୍ୟ ରାଜନୀତିରେ ବଡ଼ ବଡ଼ ବିସ୍ଫୋରଣ ହେବାକୁ ଯାଉଛି । ବିଜେଡିର ବହୁ ବିଧାୟକ, ପୂର୍ବତନ ବିଧାୟକ, ରାଜ୍ୟସଭା ସାଂସଦ ଏବଂ ବିଜେଡି କର୍ମୀମାନେ ଏବେ ବିଜେପି ଯୋଗାଯୋଗରେ ଅଛନ୍ତି। ସେମାନେ ମାସେ ଦେଢ଼ ମାସ ଭିତରେ ଇସ୍ତଫା ଦେଇ ବିଜେପିର ସଦସ୍ୟତା ନେବେ ବୋଲି କହିଛନ୍ତି ସୁକାନ୍ତ । ଅନ୍ୟପଟେ ସୁକାନ୍ତଙ୍କ ଏଭଳି ବୟାନକୁ କଡ଼ା କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି ଆମ ସହ ମଧ୍ୟ ଅନେକ ବିଜେପି ନେତା ଯୋଗାଯୋଗରେ ଅଛନ୍ତି । ସେମାନେ ମଧ୍ୟ ଖୁବ ଶୀଘ୍ର ବିଜେଡିରେ ମିଶିବାକୁ ଯାଉଛନ୍ତି । ଯଦି ଆଗାମୀ ଦିନରେ ବିଜେଡି ନେତା ମାନେ ଆଉ ନବୀନ ଙ୍କ ନେତୃତ୍ୱକୁ ଭରସା ନକରି ବିଜେପିରେ ଯୋଗ ଦିଅନ୍ତି ତେବେ ବିଜେଡି ର ଅବସାନ ଘଟିବ । କିନ୍ତୁ ଯଦି ବିଜେପି ନେତା ମାନେ ବିଜେଡିରେ ମିଶିଯାଅନ୍ତି ତେବେ ବିଜେଡି ପୁନର୍ବାର କ୍ଷମତାକୁ ଫେରିଆସିବ। ତେବେ ରାଜନୀତିରେ କିଏ କଡ ଲେଉଟେଇବ ଏବଂ କାହାର ପଲା ଭାରି ରହିବ ସେଇଟା ସମୟ କହିବ।

Leave a Reply

Your email address will not be published. Required fields are marked *