OMVD ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଅଟକ | 24 ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ।

ତାଳଚେର12/01/2024: ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି 11.01.2024 ବିଳମ୍ବିତ ରାତିରେ, ଶ୍ରୀ ଜିତେନ୍ଦ୍ର କୁମାର ବେହେରା ,ଟ୍ରାଫିକ ଇନ୍ସପେକ୍ଟର, ତାଳଚେର , ତାଙ୍କ ଗାଡି Regd No OD 33T 3839 ରେ ତାଲଚରରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ , ଯାତ୍ରା କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ତ୍ରିନାଥ ବଜାର, ବାଲିଅନ୍ତା, ଭୁବନେଶ୍ୱର ଠାରେ ତାଙ୍କୁ ଅଟକାଇଥିଲା। ଯାହାଫଳରେ ତାଙ୍କ ପାଖରୁ ନଗଦ 11ଲକ୍ଷ 15ହଜାର 470ଟଙ୍କା ମିଳିଥିଲା | ଯେହେତୁ ଶ୍ରୀ ବେହେରା ଉକ୍ତ ଟଙ୍କାର ସନ୍ତୋଷ ଜନକ ହିସାବ ଦେଇପାରିନଥିଲେ, ସେଥିପାଇଁ ଉକ୍ତ ରାଶି କୁ ଭିଜିଲାନ୍ସ ଜବତ କରିଥିଲା |ଭିଜିଲାନ୍ସର ହସ୍ତକ୍ଷେପ ପରେ ତାଲଚରରେ ଥିବା ତାଙ୍କ ଭଡା ଘରେ ଏବଂ ଅସ୍ତରଙ୍ଗ ଥିବା ଡିଏ ଆଂଗଲରୁ ଘରେ ଭିଜିଲାନ୍ସର ଚଢ଼ାଉ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ତାଳଚେରରେ ଥିବା ଭଡାଘରରୁ 3,08,750 / – ଏବଂ 336 ଗ୍ରାମ ସୁନା ଏବଂ ଅସ୍ତରଙ୍ଗ ଥିବା ଘରଠାରୁ 10 ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଏହି ଚଢଉ ଯୋଗୁଁ ବର୍ତମାନ ପର୍ଯନ୍ତ 24.24 ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ | ଆହୁରି ମଧ୍ୟ ତାଙ୍କ ଅନ୍ୟାନ୍ୟ ଘରେ ଛାପାମରା ଚାଲିଛି |

Leave a Reply

Your email address will not be published. Required fields are marked *