ବିଧାନସଭାରେ ପୁଣି ହଟ୍ଟଗୋଳ; ବାଚସ୍ପତିଙ୍କ ମାଇକ ଟାଣିଲେ ତରାବାହିନୀ ପତି

ଭୁବନେଶ୍ୱର, ୨୫/୦୭: ଚତୁର୍ଥ ଦିନରେ ପହଞ୍ଚିଲାଣି ବିଧାନସଭା ଅଧିବେଶନ | ହେଲେ ଥମୁନି ବିରୋଧୀଙ୍କ ହଟ୍ଟଗୋଳ | ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଚତୁର୍ଥ ଦିନରେ ପୁଣି ଗୃହ ମୁଲତବୀ ଘୋଷଣା କରାଯାଇଛି | ବିରୋଧୀ ଦଳ କଂଗ୍ରେସର ହଟ୍ଟଗୋଳ ଯୋଗୁଁ ଆଜି ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ସ୍ଥଗିତ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ | ଶୂନ୍ୟକାଳରେ ଗୃହରେ ପୋଲଭରମ ପ୍ରସଙ୍ଗ ଉଠିଥିଲା | ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଟଙ୍କା ଦେବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉଦ୍‌ବେଗ ପ୍ରକାଶ କରିଥିଲେ | ଏହି ପ୍ରକଳ୍ପ ଦ୍ଵାରା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ବୋଲି ସେ ଅଭିଯୋଗ କରିଥିଲେ |

ଅନ୍ୟପଟେ କିଛି ଦିନ ହେବ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଲାଗିରହିଥିବା ବେଳେ ଆଜି ବିଧାନସଭାର ଚତୁର୍ଥ ଦିନରେ ପ୍ରଥମରୁ ପ୍ରଶ୍ନକାଳ ବେଶ ସୁରୁଖୁରୁରେ ଚାଲିଥିଲା | ହେଲେ ପୁଣି ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା | ପ୍ରଥମେ ପଏଣ୍ଟ ଅଫ୍‌ ଅର୍ଡର ମାଗିଲା ବିରୋଧୀ ବିଜେଡି | ବିରୋଧୀ ଦଳ ନେତାଙ୍କୁ ଗିରଫ ଶଦ୍ଦ ପ୍ରୋସିଡିରୁ ହଟାଇବା ଦାବି କଲା | ଏହାପରେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ ମାନେ | ଖାଲି ସେତିକି ନୁହେଁ ରିପୋର୍ଟର ଟେବୁଲ ଉପରେ ଚଢ଼ି ଯାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ | ପ୍ରତିବାଦ ସମୟରେ ବାଚସ୍ପତିଙ୍କ ମାଇକ ଟାଣି ଦେଇଥିଲେ ବିଧାୟକ ତାରା ବାହିନୀପତି | ଯାହାପରେ ଗୃହକୁ ପ୍ରଥମେ ୧୫ ମିନିଟ୍ ଏବଂ ପରେ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି |

Leave a Reply

Your email address will not be published. Required fields are marked *