ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର : ବିଧାନସଭାରେ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହୋହଲ୍ଲା ଯୋଗୁ ଦିନ ୧୧ଟା ୪୧ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଛାତ୍ରସଂସଦ ନିର୍ବାଚନ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଓ ନାରାବାଜି କରିଥିଲେ। ସେହିପରି ବିରୋଧୀ ବିଜେଡି ମଧ୍ୟ ରାଜ୍ୟପାଳଙ୍କ ପୁଅଙ୍କ ଉପରେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ପ୍ରଶ୍ନ ଉଠାଇ ଶାସକ ଦଳକୁ ଘେରିଥିଲା। ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆରମ୍ଭରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ମାନଙ୍କର ସମ୍ପୂର୍ଣ ସମର୍ଥନ ମିଳିଥିଲା। ସୂଚନା ଅନୁସାରେ ଆଜିଠାରୁ ଆରମ୍ଭ ହୋଇଯାଇଛି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ। ଆଜି ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳ ପରସ୍ପରକୁ ଘେରିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି । ସେପ୍ଟେମ୍ବର ୧୩ ତାରିଖ ଯାଏଁ ଅଧିବେଶନ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ।

Leave a Reply

Your email address will not be published. Required fields are marked *