ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ

କଟକ, ୨୦/୦୭: ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ । ଚିକିତ୍ସାଧୀନ ଅବସ୍ଥାରେ କଟକ SCB ମେଡିକାଲରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ କମଳା ପୂଜାରୀଙ୍କୁ ୭୬ ବର୍ଷ ବୟସ ହୋଇଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବରରେ ପୀଡ଼ିତ ଥିଲେ । କୋରାପୁଟ ଜିଲ୍ଲା ପାତ୍ରପୁଟ ଗାଁର କମଳା ପୂଜାରୀ ଲୋପ ପାଇ ଯାଉଥିବା ବିଭିନ୍ନ ସ୍ବଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି, ସେଗୁଡିକର ସଂରକ୍ଷଣ କରିପାରିଥିଲେ । ଏଥିପାଇଁ ତାଙ୍କୁ ୨୦୧୯ ମାର୍ଚ୍ଚ ୧୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

କମଳା ପୂଜାରୀ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ । ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗ ଠାରେ ତାଙ୍କୁ Equator of Initiative Award ପ୍ରଦାନ କରାଯାଇଥିଲା । ୨୦୦୪ ମସିହାରେ ରାଜ୍ୟ ସରକାର ଶ୍ରେଷ୍ଠ ମହିଳା ଚାଷୀ ଭାବେ ସମ୍ମାନିତ କରିଥିଲେ। ସେ ଦିଲ୍ଲୀରେ କୃଷି ବିଷାରଦ ସମ୍ମାନ ମଧ୍ୟ ପାଇଥିଲେ । ପ୍ରଥମ ଆଦିବାସୀ ମହିଳା ଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା ମଧ୍ୟ ଥିଲେ କମଳା ।

Leave a Reply

Your email address will not be published. Required fields are marked *