ହିଂସା ପଛରେ ରହିଛି ପାକିସ୍ତାନର ହାତ

ବାଂଲାଦେଶ ହିଂସା ପଛରେ ରହିଛି ପାକିସ୍ତାନର ହାତ। ଶେଖ୍ ହସିନା ଦେଶରେ କ୍ରମାଗତ ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ବାଂଲାଦେଶରେ ଚଳିତ ବର୍ଷ ‘ଇଣ୍ଡିଆ ଆଉଟ୍’ କ୍ୟାମ୍ପେନ ଆରମ୍ଭ ହୋଇଥିଲା। ଦେଶରେ ଚାଲିଥିବା ହିଂସା, ଏହି ହିଂସାରେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ, ଦେଶରେ ବ୍ୟାପକ କ୍ଷୟକ୍ଷତି ଏବଂ ଶେଷରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସରକାର ଭୁଶୁଡ଼ିବା ପଛରେ ଜମାତ-ଇ-ଇସଲାମୀ ବାଂଲାଦେଶର ଛାତ୍ର ସଂଗଠନ ଇସଲାମୀ ଛାତ୍ର ଶିବିର ହାତ ଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଏହି ଛାତ୍ର ସଂଗଠନ ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ISI କାମ କରୁଥିଲା ବୋଲି ଏବେ ଚର୍ଚ୍ଚା ହେଉଛି। ସୂତ୍ରରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ ବାଂଲାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅନେକ ଇସଲାମୀ ଛାତ୍ର ଶିବିର ସଦସ୍ୟ ସାମିଲ ହୋଇଥିଲେ। ଏହିଠାରୁ ହିଁ ଛାତ୍ରମାନଙ୍କୁ ହିଂସା ପ୍ରତି ପ୍ରବର୍ତ୍ତାଇବା ଶିଖାଯାଉଥିଲା । କେବଳ ଏତିକି ନୁହେଁ, ବରଂ ଏହି ସଂଗଠନ ମଧ୍ୟ ବିଶ୍ୱବିଦ୍ୟାଳୟ ନିର୍ବାଚନ ଗୁଡିକରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଦେଶର ନାମୀଦାମୀ ୟୁନିଭରସିଟି ନିର୍ବାଚନରେ ଜିତିଥିବା ଛାତ୍ର ସଂଗଠନ ପଛରେ ICSର ସମର୍ଥନ ରହିଥିଲା। ମୋଟାମୋଟି ଭାବରେ କହିବାକୁ ଗଲେ, ଇସଲାମୀ ଛାତ୍ର ଶିବିର ର ଛାତ୍ରମାନେ ଆଇଏସଆଇର ଫାଶରେ ପଡ଼ିଥିଲେ ଏବଂ ଆନ୍ଦୋଳନକୁ ଆହୁରି ହିଂସାତ୍ମକ ରୂପ ଦେଇଥିଲେ । ଢାକା, ଚିଟ୍ଟାଗଙ୍ଗ, ଜାହାଙ୍ଗୀର, ସିଲହଟ ଏବଂ ରାଜଶାହୀ ୟୁନିଭରସିଟି ରେ ଇସଲାମୀ ଛତ୍ର ଶିବିରର ମୁଖ୍ୟ କେନ୍ଦ୍ର ଥିଲା । ଏହି ସଂଗଠନର ସଦସ୍ୟ ମାନେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ସମ୍ପର୍କରେ ଥିଲେ । ଏବଂ ସଂଗଠନର ଅନେକ ସଦସ୍ୟ ମଧ୍ୟ ବହୁବାର ପାକିସ୍ତାନ ଯାଇଥିବା ଏବେ ଜଣା ପଡିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ଅନେକ ତଥ୍ୟ ଏବେ ଖୁଲାସା କରାଯାଇଛି। । ଏହାସହ ସୋସିଆଲ ମିଡିଆ ଜରିଆରେ ଏଥିରେ ISI ସଦସ୍ୟମାନେ ସାମିଲ ହେବା ସହ ସୋସିଆଲ ମିଡିଆରେ ହିଂସା ପାଇଁ ମଧ୍ୟ ପ୍ରବର୍ତ୍ତାଇ ଥିଲେ।

Leave a Reply

Your email address will not be published. Required fields are marked *