ପଶ୍ଚିମବଙ୍ଗରେ ବି ପାଣ୍ଡିଆନଙ୍କ ଛାପ

କୋଲକାତା : ଓଡିଶା ଭଳି ପଶ୍ଚିମବଙ୍ଗ ସରକାର ରେ ମଧ୍ୟ ରହିଛି ପାଣ୍ଡିଆନଙ୍କ ଛାପ। ଦିଦିଙ୍କ ସାମ୍ରାଜ୍ୟରେ ଦିଦି ସିନା ମୁଖ୍ୟମନ୍ତ୍ରୀ ବାସ୍ତବରେ କିନ୍ତୁ କ୍ଷମତା କେନ୍ଦ୍ରୀଭୂତ ଥାଏ ଆଉ ଜଣଙ୍କ ପାଖରେ। ଓଡିଶାର ପଡୋଶୀ ରାଜ୍ୟ ହେଉଛି ପଶ୍ଚିମବଙ୍ଗ। ଦୁଇଟି ରାଜ୍ୟର ଚାଲିଚଳଣ ଭାଷା ପର୍ବପର୍ବାଣୀ ରେ ଅନେକ ସାମଞ୍ଜସ୍ୟ ରହିଛି । ଆଉ ଏବେ ଶାସନ ରେ ମଧ୍ୟ ଗୋଟିଏ ଫର୍ମୁଲା କୁ ଆପଣେଇଛନ୍ତି ଦୁଇ ରାଜ୍ୟ। ଓଡ଼ିଶାରେ ଯେମିତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖେ ପାଖେ ସର୍ବଦା ପାଣ୍ଡିଆନ୍‌ ରହୁଥିଲେ । ଆଉ ତାଙ୍କ କଥାରେ ନବୀନ ତଥା ବିଜେଡି ର ସମସ୍ତ ବଡ ବଡ ନେତା ମନ୍ତ୍ରୀ ମାନେ ପରିଚାଳିତ ହେଉଥିଲେ । ଠିକ ସେହିପରି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଥିବାବେଳେ ସେଠାରେ ଚାଲେ ତାଙ୍କ ପୁତୁରା ଙ୍କ ଶାସନ। ପାଣ୍ଡିଆନ ଙ୍କ ପରି ମମତାଙ୍କ ସାଥିରେ ସଦାବେଳେ ତାଙ୍କ ପୁତୁରା ଅଭିଷେକ ରହିଥାନ୍ତି । ପୁତୁରା ଅଭିଷେକ ବାନାର୍ଜୀଙ୍କ ବିନା ପରିମିସନ୍‌ରେ ଗୋଟିଏ ପତ୍ର ଟେ ବି ହଲେନି ଦିଦିଙ୍କ ସାମ୍ରାଜ୍ୟରେ।

କହିବାକୁ ଗଲେ TMCର ମୁଖ୍ୟ ସିନା ମମତା କିନ୍ତୁ ଏହାର ସର୍ବେସର୍ବା ହେଉଛନ୍ତି ଅଭିଷେକ ବାନାର୍ଜୀ । ଦିଦିଙ୍କ ପୂରା ସରକାରରେ ରହିଛି ଅଭିଷେକ ଙ୍କ ଦବ୍‌ଦବା । ଦିଦିଙ୍କ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ସେ ସାମିଲ ହୁଅନ୍ତି । ଦେଖିବାକୁ ଗଲେ TMCକୁ ପରିଚାଳନା କରନ୍ତି ଅଭିଷେକ। କଲେକ୍ଟର କିମ୍ବା ପୋଲିସ ପ୍ରଶାସନରେ ଅଦଳବଦଳ କ୍ଷେତ୍ରରେମଧ୍ୟ ଥାଏ ଅଭିଷେକ ଙ୍କ ଭୂମିକା । ପଶ୍ଚିମବଙ୍ଗ ର ରାଜନୀତିରେ ମମତା ଙ୍କ ପରବର୍ତ୍ତୀ ରାଜନୈତିକ ଉତ୍ତରାଧିକାରୀ ଭାବରେ ଅଭିଷେକ ଙ୍କ ନାଁ କୁ ନେଇ ଖୁବ ଚର୍ଚ୍ଚା ହୁଏ । ଅଭିଷେକ ବାନାର୍ଜୀ ବର୍ତ୍ତମାନ ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ଅଛନ୍ତି ଏବଂ TMCର ଜାତୀୟ ମହାସଚିବ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । କୋଲକାତାରେ ଟ୍ରେନି ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ କାଳେ ଅଭିଷେକ ଙ୍କର ହାତ ଥିବା ଏବେ ସାଧାରଣରେ ଦାବି ହେଉଛି। ଅଭିଷେକ ଙ୍କର ଇଙ୍ଗିତରେ ସମ୍ପୂର୍ଣ ଘଟଣାକୁ ଚପାଇ ଦେବା ପାଇଁ ଚେଷ୍ଟା କରାଯାଉଥିବା ଏବେ ଚର୍ଚ୍ଚା ହେଉଛି । ତେବେ ଏହି ଘଟଣାକୁ ସିବିଆଇ ହାତକୁ ନେବା ପରେ ଏହା ପଛରେ କାହାର ସମ୍ପୃକ୍ତି ଅଛି ତାହାର ଖୋଳତାଡ କରୁଛି ।

Leave a Reply

Your email address will not be published. Required fields are marked *