ଗ୍ରାହକଙ୍କୁ ଚୂନା ମାରୁଛନ୍ତି ବାବା

ନୂଆଦିଲ୍ଲୀ : ଦିନକୁ ଦିନ ବଢ଼ିବାରେ ଲାଗିଛି ଯୋଗ ଗୁରୁ ବାବା ରାମଦେବଙ୍କ ଅଡୁଆ । ପତଞ୍ଜଳି ନାଁ ରେ ମିଥ୍ୟା ବିଜ୍ଞାପନ ପ୍ରସାରଣ କରିବା ପରେ ଏବେ ପତଞ୍ଜଳିର ଟୁଥପେଷ୍ଟକୁ ନେଇ ପୁଣି ବିବାଦ ଦେଖାଦେଇଛି। ପତଞ୍ଜଳିର ଟୁଥପେଷ୍ଟ ତଥା ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶିଥିବା ନେଇ ବର୍ତ୍ତମାନ ଅଭିଯୋଗ ହୋଇଛି। ନିରାମିଷ ନାଁରେ ବଜାରରେ ଆମିଷକୁ ବିକ୍ରି କରୁଛି ପତଞ୍ଜଳି। ଏନେଇ ଆବେଦନ ପରେ ଏବେ ଆକ୍ସନ ମୁଡ୍‌କୁ ଆସିଛନ୍ତି ଦିଲ୍ଲୀ ହାଇକୋର୍ଟ। ବାବା ରାମଦେବ ଏବଂ ପତଞ୍ଜଳିକୁ ପୁଣିଥରେ ନୋଟିସ୍‌ ଜାରି ହୋଇଛି। ଅଭିଯୋଗ ଆନୁଯାୟୀ ଶାକାହାରୀ ବ୍ରାଣ୍ଡ ଭାବରେ ବଜାରରେ ବିକ୍ରି ହେଉଥିବା ପତଞ୍ଜଳିର ଦିବ୍ୟା ଟୁଥପେଷ୍ଟ ତଥା ଦନ୍ତ ମଞ୍ଜନରେ ରହିଛି ମାଛର ଅଂଶ ବା ଉପାଦାନ। ବଜାରରେ ଏହି ଦିବ୍ୟ ଟୁଥପେଷ୍ଟକୁ ଗ୍ରୀନ୍‌ ଡଟ୍‌ ସହ ବିକ୍ରି କରାଯାଉଛି। ଯାହା ନିରାମିଷ ବୋଲି ଦର୍ଶାଉଛି।

କିନ୍ତୁ ବାସ୍ତବରେ ପତଞ୍ଜଳିର ଏହି ପ୍ରଡକ୍ଟରେ ମାଛର ଅଂଶ ମିଶିଥିବା ନେଇ ଆବେଦନକାରୀ ହାଇକୋର୍ଟରେ ଏନେଇ ଦାବି କରିଛନ୍ତି। ଆବେଦନକାରୀଙ୍କ କହିବା ମୁତାବକ, ଦିବ୍ୟ ଦନ୍ତ ମଞ୍ଜନରେ ସମୁଦ୍ର ଫୋନ୍‌ ବା Sepia officinalis ଥିବା ଜଣାପଡିଛି। ଯାହା ମାଛର ଅଂଶ ବା ଉପାଦାନରୁ ଉତ୍ପନ୍ନ ହୋଇଥାଏ। ଆବେଦନକାରୀଙ୍କ ଏହି ଆବେଦନକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର, ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ , ପତଞ୍ଜଳି, ଦିବ୍ୟା ଫାର୍ମାସି, ଯୋଗଗୁରୁ ରାମଦେବ ଏବଂ ଏଥିରେ ସଂପୃକ୍ତ ଅନ୍ୟ ପକ୍ଷ ମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହାଛଡା ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ କୌଣସି ଔଷଧକୁ ନିରାମିଷ କିମ୍ବା ଆମିଷ ବୋଲି ଘୋଷଣା କରିବାର କୌଣସି ପ୍ରକାର ବ୍ୟବସ୍ଥା ନାହିଁ। କିନ୍ତୁ ବଜାରରେ ବିକ୍ରି ହେଉଥିବା ପତଞ୍ଜଳିର ଦିବ୍ୟ ମଞ୍ଜନର ପ୍ୟାକେଜିଂରେ ଭୁଲ ଭାବରେ ଗ୍ରୀନ୍‌ ଡଟ୍‌କୁ ଦର୍ଶାଯାଇଛି। ଯାହା ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ଅନୁଯାୟୀ ଭୁଲ ଅଟେ।

Leave a Reply

Your email address will not be published. Required fields are marked *