ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ଭେଟି। ଆଜି ଚାଷୀଙ୍କୁ ମିଳିବ ପିଏମ୍ କିଷାନଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ୧୮ ତମ କିସ୍ତିର ଟଙ୍କା ବଣ୍ଟନ କରିବେ। ରାଜ୍ୟର ପ୍ରାୟ ୩୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ।ପ୍ରତ୍ୟେକ ଜିଲ୍ଲା ସ୍ତରରେ ଚାଷୀ ମାନଙ୍କୁ ନେଇ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ। ପିଏମ୍ କିଷାନ ଲାଗି ଜିଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି।