ପୂଜା ଖେଡକରଙ୍କୁ ନେଇ ଆସିଲା ଆଉ ଏକ ବଡ ଖବର। ଗିରଫ ହେବା ଭୟରେ ଦେଶ ଛାଡି ଚାଲିଯାଇଥିବା ଏବେ ଚର୍ଚ୍ଚା ହେଉଛି। ବିବାଦୀୟ ହେଲେ ଶେଷରେ ଚାକିରି ମଧ୍ୟ ହରାଇଲେ । ୟୁପିଏସ୍ସି ପରୀକ୍ଷାରେ ଜାଲିଆତି ଅଭିଯୋଗରେ ଆଇଏଏସ ପଦ ହରାଇଛନ୍ତି ପୂଜା ଖେଡକର। ଏହାପରେ ଗିରଫଦାରୀକୁ ଏଡାଇବା ପାଇଁ ସେ ଦୁବାଇ ଚାଲିଯାଇଥିବା ଏବେ ଜଣାଯାଇଛି। ଏ ସମ୍ପର୍କରେ ଏବେ ଜାତୀୟ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ଯଦି ବାସ୍ତବରେ ଏହି ରିପୋର୍ଟଗୁଡିକ ସତ ହୁଏ ତେବେ ଅଧିକାରୀମାନେ ତାଙ୍କୁ ଧରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ତଲାସୀ ଅଭିଯାନ ଆରମ୍ଭ କରିବେ ବୋଲି ସୂଚନା ମିଳୁଛି। ପୂଜାଙ୍କୁ ଜାମିନ ପ୍ରଦାନ କରିବାକୁ ଗୁରୁବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମନା କରିବା ପରେ ଏବେ ଏହା ଅନୁମାନ କରାଯାଉଛି। କୋର୍ଟ କହିଛନ୍ତି ଯେ ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି, ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତହେବା ଏବେ ଅତ୍ୟନ୍ତ ଆବଶ୍ୟକ। ଅତିରିକ୍ତ ସେସନ୍ସ ଜଜ୍ ଦେବେନ୍ଦ୍ର କୁମାର ଜଙ୍ଗଲା ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଷଡଯନ୍ତ୍ର ବିଷୟରେ ଜାଣିବା ପାଇଁ ଏବଂ ଏଥିରେ ଜଡିତ ଥିବା ଅନ୍ୟ ବ୍ୟକ୍ତି ମାନଙ୍କ ବିଷୟରେ ସମ୍ପୂର୍ଣ ତଥ୍ୟ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ଅଧିକ ପଚରାଉଚରା କରିବାର ଆବଶ୍ୟକତା ରହିଛି। ତେଣୁ ଏହି ଘଟଣାର ତଦନ୍ତକୁ ଆହୁରି ଅଧିକ କରିବା ପାଇଁ ଅନୁସନ୍ଧାନକାରୀ ସଂସ୍ଥାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।