ନାଚୁନାଚୁ ଟଳିପଡିଲେ !

ମୁମ୍ବାଇ : ଏମିତି ବି ଆସେ ମୃତ୍ୟୁ। କଥାରେ ଅଛି ମୃତ୍ୟୁ କେବେ ଆସେ କାହାକୁ କହିକି ଆସେନି। ଦେଶରେ ବର୍ତ୍ତମାନ ହୃଦଘାତଜନିତ ମୃତ୍ୟୁ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର କେଇ ସେକେଣ୍ଡରେ ହାର୍ଟଆଟାକ୍ ଯୋଗୁଁ ଜୀବନ ଚାଲିଯାଉଛି। ମହାରାଷ୍ଟ୍ର ପୁଣେରେ ଏପରି ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ନିଜ ପୁଅ ସହ ଗରବା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୃତ ବ୍ୟକ୍ତିଜଣକ ହେଲେ ଅଶୋକ ମାଲି । ଗରବା ପ୍ରତି ତାଙ୍କର ଉତ୍ସାହ ଏବଂ ନିଷ୍ଠା ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ​ସେଥିପାଇଁ ପୁଣେରେ ତାଙ୍କୁ ‘ଗରବା କିଙ୍ଗ’ ବୋଲି ଜାଣନ୍ତି। ନବରାତ୍ରୀ ଚାଲିଥିବା ବେଳେ ଏବେ ଗରବା ପ୍ରତି ଲୋକ ଆକର୍ଷିତ ହେଉଛନ୍ତି। ତେଣୁ ଅଶୋକ ଓ ତାଙ୍କ ପୁଅ ଏକ ଗରବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ପୁଅ ସହ ମିଶି ଗରବା ଡ୍ୟାନ୍ସ କରୁଥିଲେ। ହେଲେ କେହି କିଛି ବୁଝିବା ଆଗରୁ ଅଶୋକ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାନୁସାରେ, ଅଶୋକ ମହାରାଷ୍ଟ୍ରର ଧୁଲେ ଜିଲ୍ଲା ସିନ୍ଧଖେଡା ତାଲୁକାର ହୋଲର ବାସିନ୍ଦା । । ଏହି ଘଟଣା ପରେ ତାଙ୍କ ପରିବାର ଏବଂ ଶୁଭେଛୁମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *