ପୁରୀ ୧୬/୦୭: ଆସନ୍ତା ଜୁଲାଇ ୧୮ ତାରିଖରେ ଖୋଲିବ ଭିତର ରତ୍ନଭଣ୍ଡାର | ଆସନ୍ତା ଗୁରୁବାର ଖୋଲିବ ଭିତର ରତ୍ନଭଣ୍ଡାର | ରତ୍ନଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଧାରିଷ୍ଟ ହେଲା ଶୁଭମୁହୁର୍ତ୍ତ | ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ଭିତରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିଷ୍ଟ | ଭିତର ଭଣ୍ଡାର ତାଲା ଖୋଲାଯାଇ ରତ୍ନ ଓ ଅଳଙ୍କାର ସ୍ଥାନାନ୍ତର ହେବ | ସମସ୍ତ ଅଳଙ୍କାର ସ୍ଥାନାନ୍ତରଣର ଭିଡିଓଗ୍ରାଫି କରାଯିବ | ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ| ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ୍ କରାଯିବ | ତାଲାକୁ ଜଉମୁଦ ସିଲ୍ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ |
ରତ୍ନଭଣ୍ଡାର ସମ୍ପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଜଷ୍ଟିସ୍ ବିଶ୍ବନାଥ ରଥ ଏନେଇ ସୂଚନା ଦେଇଛନ୍ତି | ବୈଠକରେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପସ୍ଥିତ ଥିଲେ | ଗତ ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା | ବାହାର ରତ୍ନଭଣ୍ଡାରରୁ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଛି | ସେଦିନ ଭିତର ରତ୍ନଭଣ୍ଡାର ତାଲା ଭଙ୍ଗାଯାଇଥିଲା | ନକଲି ଚାବିରେ ନ ଖୋଲିବା କାରଣରୁ ଏସଓପି ଅନୁସାରେ 3ଟି ତାଲାକୁ ଭଙ୍ଗାଯାଇଥିଲା | ଭିତର ରତ୍ନ ଭଣ୍ଡାର ଦ୍ବାର ଖୋଲିବା ପରେ ସମସ୍ତେ ପ୍ରବେଶ କରିଥିଲେ | ଭିତର ଭଣ୍ଡାର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁର ସ୍ଥାନାନ୍ତର ରଥଯାତ୍ରା ପରେ ଆଉ କୌଣସି ଏକ ଦିନ ହେବ ବୋଲି ନିଷ୍ପତ୍ତି ହୋଇଥିଲା |