ସାରା ଦେଶରେ ଜିଓ ସେବା ଠପ୍

ମୁମ୍ବାଇ, ୧୭/୦୯: ଠପ୍ ହେଲା ଜିଓ ସେବା। ସାରା ଦେଶରେ ରିଲାଏନ୍ସ ଜିଓ ସେବା ଠପ୍ ହୋଇଯାଇଛି। ଅଧିକାଂଶ ୟୁଜର୍ସଙ୍କ ମୋବାଇଲରେ ସିଗନାଲ ଆସୁନଥିବା ଅଭିଯୋଗ ହୋଇଛି। ପାଖାପାଖି ୨୦ ପ୍ରତିଶତ ଲୋକ ଇଣ୍ଟରନେଟ କନେକ୍ଟିଭିଟିରେ ସମସ୍ୟା ଭୋଗୁଥିବା ନେଇ ଡାଉନଡିଟେକ୍ଟରରେ ରିପୋର୍ଟ କରିଛନ୍ତି।

ପ୍ରାୟ ୧୪ ପ୍ରତିଶତ ଲୋକ ଜିଓ ଫାଇବର ସର୍ଭିସକୁ ଆସେସ୍ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରିଲାଏନ୍ସ ଜିଓର ୱେବସାଇଟ୍ ସଠିକ୍ ଭାବରେ କାମ କରୁନଥିବା ବେଳେ Jio ଆପକୁ ମଧ୍ୟ ଚଲାଇ ଚଳାଇ ପାରୁନାହାନ୍ତି ୟୁଜର୍ସ।

ଦିଲ୍ଲୀ, ଲକ୍ଷ୍ନୌ ଏବଂ ମୁମ୍ବାଇ ଭଳି ବଡ଼ ବଡ଼ ସହରରେ ଜିଓ ସେବାକୁ ନେଇ ଏଭଳି ଅଭିଯୋଗ ଆସିଛି। ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଓ ୟୁଜର୍ସ। ଜିଓର ସେବା ଠପ୍ ହେବା ନେଇ ଦେଶର ବିଭିନ୍ନ ସ୍ଥାନରୁ ୟୁଜର୍ସ ମାନେ ଅଭିଯୋଗ କରୁଛନ୍ତି। ଜିଓ ଡାଉନ ଭଳି ହ୍ୟାସଟ୍ୟାଗ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ବର୍ତ୍ତମାନ ଟ୍ରେଣ୍ଡ କରୁଛି। ଏଥିସହିତ ଅନେକ ମିମ୍ସ ମଧ୍ଯ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *