ଫିକା ପଡ଼ିବନି ଦଶହରା

ଭୁବନେଶ୍ୱର : ରାଜ୍ୟରେ ଟଳିଲା ଲଘୁଚାପର ଭୟ। ବର୍ଷାରୁ ମିଳିଲା ଆଶ୍ବସ୍ତି। ଫିକା ପଡ଼ିବନି ଚଳିତ ଦଶହରା । ପୂଜାରେ ନାହିଁ ବର୍ଷା ସମ୍ଭାବନା । କିନ୍ତୁ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଆଜି ମଧ୍ୟ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି । ତେବେ ଏ ସପ୍ତାହରେ କୌଣସି ଜିଲ୍ଲାରେ ବଡ଼ ବର୍ଷାର ଭୟ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବର୍ତ୍ତମାନ ବାୟୁମଣ୍ଡଳରେ ଆଦ୍ରତା ରହୁଥିବାରୁ ଦିନ ସମୟରେ ବେଶୀ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଥିବାରୁ ଗୁଳୁଗୁଳି ଏବଂ ଗରମ ଅନୁଭୂତ ହେଉଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *