ଡରାଉଛି ମଙ୍କିପକ୍ସ

କୋଭିଡ-୧୯ ପରେ ଏବେ ପୁଣି ସାରା ବିଶ୍ୱକୁ ଆତଙ୍କ ଘାରିଲାଣି ମଙ୍କିପକ୍ସ ବା M-ପକ୍ସ ର ଚିନ୍ତା। ବର୍ତ୍ତମାନ ସ୍ୱିଡେନରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ଜଣାଯାଇଛି। ଏହି ମାମଲା ଚିହ୍ନଟ ହେବା ପରେ ଏହା ଖୁବ୍‌ ଶୀଘ୍ର ୟୁରୋପ ମହାଦେଶକୁ ବ୍ୟାପିପାରେ ବୋଲି WHO ପକ୍ଷରୁ ସମସ୍ତ ଦେଶକୁ ଚେତାବନୀ ଦିଆଯାଇଛି। ଗତକାଲି ସ୍ୱିଡେନରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ କରାଯାଇଛି । ସ୍ୱିଡେନ ପବ୍ଲିକ ହେଲଥ୍‌ ଏଜେନ୍ସିର ମହାନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତି ଜଣକ ଆଫ୍ରିକାର ଏକ ଅଞ୍ଚଳକୁ ଯାଇଥିବା ବେଳେ ଏହି ଭୟଙ୍କର ରୋଗର ଶିକାର ହୋଇଛନ୍ତି। ସ୍ୱିଡେନରେ ମଙ୍କିପକ୍ସ ଭଳି ସଙ୍ଗୀନ ମାମଲା ଚିହ୍ନଟ ହେବା ପରେ ସେଠାକାର ସ୍ୱାସ୍ଥ ମନ୍ତ୍ରୀ ଏ ସମ୍ପର୍କରେ କହିଛନ୍ତି ଯେ , ଆମ ଦେଶରେ ବର୍ତ୍ତମାନ ମଙ୍କିପକ୍ସର ଏକ ଗଭୀର ମାମଲା ସାମନାକୁ ଆସିଛି । WHO ଚେତାବନୀ ପରେ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଏହାକୁ ବୈଶ୍ୱିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ବୋଲି ଘୋଷଣା କରିଛି।

ମଙ୍କିପକ୍ସ ଶିଶୁ,ଗର୍ଭବତୀ ମହିଳା ଏବଂ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକ ମାନଙ୍କ କ୍ଷେତ୍ରରେ ଏହା ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ଏହାକୁ ମୁକାବିଲା କରିବା ପାଇଁ କଷ୍ଟସାଧ୍ୟ ହୋଇଥାଏ। ଗତ ୨୦୨୨ ରେ ଭାରତରେ ମଧ୍ୟ ଅଳ୍ପ କିଛି ଜଣ ଏହି ମଙ୍କିପକ୍ସ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏହି ରୋଗରେ ଜଣେ ଆକ୍ରାନ୍ତ ହେଲେ ସଂକ୍ରମିତଙ୍କୁ ଜ୍ୱର ହେବାସହ ମାଂସପେଶୀ ଘୋଳାବିନ୍ଧା,ମୁଣ୍ଡବିନ୍ଧା ଏବଂ ହାଡ଼ଫୁଟି ଭଳି ମାରାତ୍ମକ ଲକ୍ଷଣ ଗୁଡିକ ଦେଖାଦେଇଥାଏ। ଏହି ଲକ୍ଷଣ ପ୍ରାୟତଃ ସଂକ୍ରମିତଙ୍କ ଠାରେ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିଥାଏ। ଏହି ରୋଗର କୌଣସି ସିଧାସଳଖ ଚିକିତ୍ସା ନଥିବା ବେଳେ ରୋଗ ସଂକ୍ରମଣ ହେଲେ ପୋଷକ ଖାଦ୍ୟ ଖାଇବା ସହ ଯଥେଷ୍ଟ ପାଣି ପିଇବା ଏବଂ ପର୍ଯ୍ୟାପ୍ତ ନିଦ୍ରା ସହିତ ଚର୍ମକୁ ନ କୁଣ୍ଡାଇବା ପାଇଁ WHO ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *