ଚିହ୍ନଟ ହେଲେ ତୃତୀୟ ସଂକ୍ରମିତ

ନୂଆଦିଲ୍ଲୀ : ଦିନକୁ ଦିନ ବିଶ୍ୱରେ ନିଜର କାୟା ମେଲାଇ ଚାଲିଛି ମଙ୍କିପକ୍ସ। ଦେଶରେ ବର୍ତ୍ତମାନ ପୁଣି ଜଣେ ମଙ୍କିପକ୍ସରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେରଳରେ ମଙ୍କିପକ୍ସର ଦ୍ୱିତୀୟ ସଂକ୍ରମିତ ଚିହ୍ନଟ ହେବାସହ ଭାରତରେ ମଙ୍କିପକ୍ସର ଏହା ହେଉଛି ତୃତୀୟ ମାମଲା । ଜଣେ ୨୯ ବର୍ଷୀୟ ଯୁବକ ୟୁଏଇରୁ କେରଳର ଏର୍ନାକୁଲମକୁ ଫେରିଥିଲେ । ଫେରିବା ପରେ ତାଙ୍କୁ ଅତ୍ୟଧିକ ଜ୍ୱର ହୋଇଥିଲା । ଏହାପରେ ତାଙ୍କର ନମୁନା ପରୀକ୍ଷା ପରେ ସେ ମଙ୍କିପକ୍ସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। କେରଳ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ସଂକ୍ରମିତ ରୋଗୀ ଜଣଙ୍କ କୋଚିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ନମୁନା ଜେନୋମିକ୍ କ୍ରମ ପାଇଁ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି, ପୁଣେକୁ ପଠାଯାଇଥିଲା ।

Leave a Reply

Your email address will not be published. Required fields are marked *