ଯୁବପିଢିଙ୍କୁ ଘାରିଛି ସେଲଫି ନିଶା

ବର୍ତ୍ତମାନ ଯୁବପିଢ଼ି ଙ୍କୁ ଘାରିଛି ସୋସିଆଲରେ ଭାଇରଲ ହେବାର ନିଶା । ଲୋକପ୍ରିୟ ହେବାକୁ ଲୋକେ କିଛି ବି କରିବାକୁ ଏବେ ପଛାଉ ନାହାନ୍ତି । ରିଲ୍ସ କରିବା ଚକ୍କରରେ କେତେ ଜଣଙ୍କ ଜୀବନ ମଧ୍ୟ ଅକାଳରେ ଯାଉଛି । ସବୁଦିନ ଏଭଳି ଖବର ସାମ୍ନାକୁ ଆସୁଥିଲେ ମଧ୍ୟ ଲୋକମାନେ ଏଥିପ୍ରତି ସତର୍କ ହେଉନାହାଁନ୍ତି । ସୋସିଆଲ ମିଡିଆର ଲାଇକ୍‌ ଚକ୍କରରେ ପଡ଼ି ନିଜର ସାହସିକତା ପ୍ରଦର୍ଶନ କରିବାକୁ ଯାଇ ଜାଣି ଜାଣି ନିଜ ଜୀବନକୁ ବିପଦ ମୁହଁକୁ ଠେଲୁଛନ୍ତି । ବର୍ତ୍ତମାନ ଏପରି ଏକ ଭିଡିଓ ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଜଣେ ଯୁବକ ଏମ୍ପାୟାର୍ସ ଷ୍ଟେଟ୍ ବିଲ୍ଡିଂ ଉପରେ ଚଢ଼ି ସେଲଫି ନେଇଛନ୍ତି । ଏହା ଦର୍ଶକଙ୍କୁ ବେଶ ଆଶ୍ଚର୍ଯ୍ୟ ଚକିତ କରିଛି । ଯୁବକ ଜଣକ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ଟି ପୋଷ୍ଟ କରିଛନ୍ତି । ସେ ଏହି ଫଟୋ ଟି ନ୍ୟୁୟର୍କର ବ୍ୟସ୍ତବହୁଳ ରାସ୍ତାରୁ ୧,୪୩୫ ଫୁଟ ଉଚ୍ଚରୁ ଉଠାଇ ଥିଲେ । ସେ ଏତେ ଉଚ୍ଚରୁ ସେ ଏହାର ଚମତ୍କାର ଦୃଶ୍ୟ ଉତ୍ତୋଳନ କରିଥିଲେ ନିଜର ସେଲଫି ଷ୍ଟିକ୍ ଦ୍ୱାରା । ତାଙ୍କର ଏହି ପୋଷ୍ଟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପବ୍ଲିସିଟି ପାଇଛି ।ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଷ୍ଟଣ୍ଟଟି ପ୍ରାୟ ୪୯ ମିଲିୟନରୁ ଅଧିକ ଭ୍ୟୁ ହାସଲ କରିସାରିଲାଣି । ତେବେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଏହାକୁ ଦେଖିବା ପରେ ହିଁ ମୋ ପାପୁଲି ଓ ପାଦରୁ ଝାଳ ବାହାରୁଛି । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ସେ ବୋଧେ ପାଗଳ ହୋଇଯାଇଛନ୍ତି । ଏହି ପରିପ୍ରେକ୍ଷୀରେ, ଉକ୍ତ ପୋଷ୍ଟଟି ଅନେକ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚିନ୍ତିତ ମଧ୍ୟ କରିଛି ।

Leave a Reply

Your email address will not be published. Required fields are marked *