ନୂଆଦିଲ୍ଲୀ, ୦୬/୦୮: ବିଗିଡ଼ିଲା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା | ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଦିଲ୍ଲୀର ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି | ବିଜପିର ଭେଟେରାନ ନେତା ଆଡ଼ଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତମାନ ସ୍ଥିର ଥିବା ମିଳିଛି ସୂଚନା | ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ଆଡ଼ଭାନୀ ଗତ କିଛି ଦିନ ହେବ ଅସୁସ୍ଥ ଅଛନ୍ତି | ଅଟଳ ବିହାରୀ ବାଜପେୟୀଙ୍କ ସର୍କରରେ ଲାଲକୃଷ୍ଣ ଆଡ଼ଭାନୀ ଉପ ପ୍ରଧାନମନ୍ତ୍ରୀ ରହିଥିଲେ |
ଲାଲକୃଷ୍ଣ ଆଡ଼ଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଆଡ଼ଭାନୀ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି | ଯାହା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି | ସେଥିପାଇଁ ତାଙ୍କୁ ଘରେ ନିୟମିତ ଭାବେ ଚେକଅପ କରାଯାଉଛି |
ଆଡଭାନୀ ୨୦୦୨-୨୦୦୪ ମସିହା ପର୍ଯ୍ୟନ୍ତ ଭାରତର ଉପ ପ୍ରଧାନମନ୍ତ୍ରୀ ରହିଥିଲେ | ଏତତ ବ୍ୟତୀତ, ୧୯୯୯-୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ଗୃହ ମନ୍ତ୍ରୀ ରହିଥିଲେ | ସୂଚାନୁଯାୟୀ, ଗତ ମାର୍ଚ୍ଚ ମାସରେ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଦେଶ ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା |