କାହା ଛାତ୍ର ଚାୟା ରେ ଚାଲିଛି ନକଲି ସୋଢା କାରବାର ?
ଏତେ ପରିପଣ ର ନକଲି ସୋଢା ତିଆରି କରିବା ପାଇଁ ଲାଇସେନ୍ସ ଦେଲା କିଏ?
ଫୋକସ ପ୍ଲସ 15/5/22 (କଳାହାଣ୍ଡି):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମଧ୍ୟରେ ଚାଲିଛି ବେଆଇନ ଭାବେ ସୋଢା ନିର୍ମାଣ l ଭବାନୀପାଟଣା କସାକେନ୍ଦୁ ରେ ଭିବିନ ପ୍ରକାର ମେସିନ ଜରିଆରେ ବିଭିନ୍ନ ରଙ୍ଗର ସୋଢା ବୋଟଲ ମାନଙ୍କ ରେ ଭର୍ତି କରି ମାର୍କେଟ କୁ ଛଡ଼ା ଯାଉଥିବା ଅଭିଯୋଗ ସାମ୍ନା କୁ ଆସୁଛି l
ହଁ ଆଜ୍ଞା ଏ କଥା ଆମେ କହୁ ନୁ ବୋଟଲ ରେ ଲାଗିଥିବା ଏ ଷ୍ଟିକର ନକଲି ସାଢା ପ୍ରସୂତ କାରୀ ସଂସ୍ତଙ୍କ ପୋଲ ଖୋଲି ଦେଇଛି l
ଟିକେ ଭଲ କି ନଜର ପକାନ୍ତୁ ବୋଟଲ ଉପରେ ଲାଗିଥିବା ଏ ଷ୍ଟିକର ଉପରେ l ମେ ମାସ ର ପାଞ୍ଚ ତାରିଖରେ ଏ ସୋ ଢା ବଜାର କୁ ପକିଙ୍ଗ କରି ଦିଆ ଯାଇଛି l
ତେବେ ତାଙ୍କ ମ୍ୟାନେଜର କିଛି ଜାଣି ନାହାନ୍ତି ବୋଲି କହୁଛନ୍ତି କିପରି?
ମାଣିକେଶ୍ଵରୀ ବେଭରାଜେସ ପ୍ରାଇଭେଟ୍ ଲିମିଟେଡ ନାମକ ଭବାନୀପାଟଣା ର ଏହି ସଂସ୍ଥା କନ୍ଧମାଳ ଜିଲ୍ଲା ରୁ ପିଲା ମାନଙ୍କୁ ଆଣି ସୋଢା ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଛନ୍ତି l ଅଭିଯୋଗ ମୁତାବକ ସୋଢା ନିର୍ମାଣ କରିବାରେ ଜେଉ ପାଣି ବ୍ୟବହାର କରାଯାଉଛି ତାର ମଧ୍ୟ ଲେବୋଟ୍ରୀ ରେ ଟେଷ୍ଟ କରା ଯାଇ ନାହିଁ l ଜାଲିଆତି କରି ଭୁବନେଶ୍ୱର ସ୍ଥିତ ଲେମୋଫିଟ ବେବ୍ଭାଜ୍ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ସୋଢା କମ୍ପାନୀ ର ପାଣି ଟେଷ୍ଟିଙ୍ଗ ରେପୋର୍ଟ କୁ ଦେଖାଇ ଉକ୍ତ ସୋଢା ଫ୍ୟାକ୍ଟ୍ରି ରେ ସୋଢା ପ୍ରସ୍ତୁତ କରାଯାଉଛି l ଏଠି ପ୍ରଶ୍ନ ଉଠୁଛି ଗୋଟିଏ ନାଁ ରେ କିଭଳି ଦୁଇଟି କମ୍ପାନୀ ଏବଂ ଗୋଟିଏ ଏଫ୍ ଏସ ଏସ ଏ ଆଇ ନମ୍ବର ୧୨୦୨୦୦୧୯୦୦୦୫୧ କୁ ବ୍ୟବହାର କରି ଭବାନୀପାଟଣା ରେ ଏତେ ବଡ଼ ନକଲି ସୋଢା ର ରେକେଟ୍ ଚାଲିଛି l ଚଞ୍ଚକତା କରି ଭବାନୀପାଟଣା ର ମିଷ୍ଟ୍ ବ୍ରାଣ୍ଡ ନାମରେ ସୋଢା ପ୍ରସୂତ କାରି ସଂସ୍ଥା ଭୁବନେଶ୍ୱର ର ଲେମୋଫିଟ ନାମକ ସୋଢା ବୋଟଲରେ ଲାଗିଥିବା ଷ୍ଟିକର ରୁ ଏଫ୍ ଏସ ଏସ ଏ ଆଇ ନମ୍ବର କୁ ନକଲ କରି ବାବୁ ଜଣକ ତାଙ୍କର ସଂସ୍ଥା ଚଳାଉଛନ୍ତି l କେମିତି ଏତେ ବଡ଼ ଅନୈତିକ କାର୍ଯ୍ୟ ସହର ମଧ୍ୟ ରେ ଚାଲୁ ଅଛି ଏହା ଏକ ବଡ଼ ପ୍ରଶ୍ନ ବାଚି l ଭବାନୀପାଟଣା ସହର ମଧ୍ୟରେ ଫୁଡ୍ ଇନ୍ସପେକ୍ଟର ଥାଇ ମଧ୍ୟ ତାଙ୍କ ନାକ ତଳେ ଏତେ ବଡ଼ ଅନୈତିକ କାର୍ଯ୍ୟ କିଭଳି ଚାଲୁଛି ଏହା ସାଧାରଣ ରେ ଏକ ବଡ଼ ଆଲୋଡନ ସୃଷ୍ଟି କରୁଛି l ଶୁଣାଯାଉଛି ଏହି ନକଲି ସୋଢା ନିର୍ମାଣକାରି ସଂସ୍ଥା ସହ ବଡ଼ ବଡିଆଙ୍କ ହାତ ରହିଛି l ତେବେ କିଏ ଏ ବଡ଼ ବଡ଼ିଆ ଏହା ଏକ ବଡ଼ ପ୍ରଶ୍ନ ବାଚି ? ପ୍ରତିଦିନ କସାକେନ୍ଦୁ ସୋଢା ଫ୍ୟାକ୍ଟ୍ରି ରୁ ପିକ୍ଅପ୍ ଭେନ୍ ମାନଙ୍କରେ ସୋଢା ଭର୍ତି କରି ଭବାନୀପାଟଣା ସହର ତଥା ସହର ବାହାରକୁ ନେଇ ଦୁକାନ ଦୁକାନ ସପ୍ଲାଏ କରାଯାଉଛି l ପୂର୍ବ ରୁ ନଜିର ଅଛି ଭୁବନେଶ୍ୱର, କଟକ,ବ୍ରହ୍ମପୁର ଆଦି ସହରରେ ନକଲି ଖାଦ୍ୟ ଓ ପାନୀୟ ବିଭିନ୍ନ ସଂସ୍ଥା ବଜାର କୁ ଛାଡ଼ୁ ଥିବା ବେଳେ ସରକାରୀ କଳ ର ଚାପ ତଥା ତନଖି ଯୋଗୁ ଏବେ ଲେମୋଫିଟ ଫୁଡ୍ ଏଣ୍ଡ ବେଭ୍ରାଜ୍ ପ୍ରାଇଭେଟ୍ ଲିମିଟେଡ,ଖୋର୍ଦ୍ଧା ଓ ମାଣିକେଶ୍ଵରୀ ବେଭରାଜେସ ପ୍ରାଇଭେଟ୍ ଲିମିଟେଡ ,ରାଉରକେଲା ଆଦି ଦୁଇ ସଂସ୍ଥା ନିଜର ନକଲି ମୃଦ୍କ ପାନିଅ କଳାହାଣ୍ଡି ବଜାର ରେ ବିକ୍ରି କରୁଛନ୍ତି l ଏଣୁ ଏ ଦିଗରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହିଭଳି ସଂସ୍ଥା ମାନଙ୍କୁ ତୁରନ୍ତ ବନ୍ଦ କରିବା ନେଇ ସାଧାରଣ ରେ ଦାବି ହେଉଛି l
କଳାହାଣ୍ଡି ଭବାନୀପାଟଣା ରୁ ରଞ୍ଜନ କୁମାର ମହାନ୍ତି ଫୋକସ ପ୍ଲସ