ବନ୍ଦ ହୋଇଗଲା ଇନଷ୍ଟାଗ୍ରାମ !

ଖୋଲୁନି ଇନଷ୍ଟାଗ୍ରାମ ପେଜ୍‌। ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମ ଡାଉନ୍‌ । ହଜାର ହଜାର ୟୁଜର୍ସ ଆଜି ଏଭଳି କିଛି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଇନଷ୍ଟାଗ୍ରାମ ପେଜ୍‌ ଖୋଲିବା ମାତ୍ରେ ଏଥିରେ ଏରର୍‌ ଆସୁଥିବା ଦେଖିବାକୁ ମିଳିଛି। ସକାଳ ପ୍ରାୟ ସାଢେ ୧୧ଟାରେ ଏହି ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧ ହଜାରରୁ ଅଧିକ ଲୋକ ଏନେଇ ରିପୋର୍ଟ କରିଛନ୍ତି। ସେମାନେ ଇନଷ୍ଟାଗ୍ରାମ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ କିଛି ମିନିଟ ମଧ୍ୟରେ ଏହି ଅଭିଯୋଗ ସଂଖ୍ୟା ୨ ହଜାରରେ ପହଞ୍ଚିଛି। ଏନେଇ ଅନେକ ୟୁଜର୍ସ ସୋସିଆଲ୍ ମିଡିଆ ଏବଂ ୱେବସାଇଟ୍ ଆଦି ଟ୍ରାକ୍ କରାଯାଉଥିବା ଡାଉନ ଡିଟେକ୍ଟରରେ ରିପୋର୍ଟ କରିଛନ୍ତି। କିନ୍ତୁ ଇନଷ୍ଟାଗ୍ରାମ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏପର୍ଯ୍ୟନ୍ତ ଏହି ଅଘଟଣ ସମ୍ପର୍କରେ କୌଣସି ଅଫିସିଆଲ୍ ନୋଟିଫିକେସନ ସେୟାର କରିନି। ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମ ହେଉଛି ଏକ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ । ଅନେକ ଲୋକ ଏଥିରେ ଫଟୋ ଏବଂ ଭିଡିଓ ଇତ୍ୟାଦି ସେୟାର କରନ୍ତି। ଏହି ପ୍ଲାଟଫର୍ମରେ ଇନଷ୍ଟାଗ୍ରାମ ରିଲ୍ସ ମଧ୍ୟ ବହୁତ ଲୋକପ୍ରିୟ। ଏହା ଯୁବପିଢିଙ୍କ ମଧ୍ୟରେ ଖୁବ ଲୋକପ୍ରିୟ।

Leave a Reply

Your email address will not be published. Required fields are marked *