ସାତ ସମୁଦ୍ର ଡେଇଁ ପଢୁଛନ୍ତି ପାଠ

ନନ୍ଦପୁର, ୨୧/୦୭: ସୀମାନ୍ତ ଆନ୍ଧ୍ରର ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ନନ୍ଦପୁର ବ୍ଲକ ନନ୍ଦକା ପଞ୍ଚାୟତର ରାଙ୍ଗିନିଗୁଡ଼ା ଗ୍ରାମ। ଏହି ଗ୍ରାମର ସମସ୍ତ ପରିବାର ଦୈନଦିନ ଜୀବନ ଯାପନ ପାଇଁ ନାନ୍ଦକା ଉପରେ ଆଶ୍ରିତ। ଶିକ୍ଷ୍ୟା ଓ ସ୍ବାସ୍ଥ୍ୟ ଠାରୁ ରାସନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନନ୍ଦକା ହିଁ ସାହା ଭରଷା। କୁନିକୁନି ଛାତ୍ର ଛାତ୍ରୀ ମାନେ ପ୍ରାୟ ଦୁଇ କିଲୋମିଟର ଚଲା ବାଟ ଦେଇ ନିତ୍ୟ ପ୍ରତ୍ୟହ ଶିକ୍ଷା ଗ୍ରହଣ ଲାଗି ଯିବା ଆସିବା କରନ୍ତି। ହେଲେ ବର୍ଷା ଦିନରେ ଏମାନଙ୍କ ସଂଗ୍ରାମ ଦ୍ଵିଗୁଣିତ ହୋଇଯାଏ। ଏହାର ପ୍ରତିକାର ନିମିତ୍ତ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ। ନା’ କୌଣସି ପ୍ରସନିକ ଅଧିକାରୀ ନା’ ନେତା ମନ୍ତ୍ରୀ ଏମାନଙ୍କ କରୁଣ ଦୁଃଖ ଦେଖିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ରାଙ୍ଗିନିଗୁଡା ଠାରୁ ନନ୍ଦକା ରାସ୍ତାରେ ଥିବା ପାହାଡ ତଳ ନାଳ, ଯାହା ଉପରେ ଅଛି ଗ୍ରାମବାସୀଙ୍କ ଦ୍ବାରା ନିର୍ମିତ ଅସ୍ଥାୟୀ ଚଲା ବାଟ। ବର୍ଷା ଦିନେ ଏହା ଉପରେ ଚାଲେ ଅଣ୍ଟାଏ ପାଣି। ବିପଦ ସଙ୍କୁଳ ଅବସ୍ଥାରେ କୁନି କୁନି ୧୫ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ଗାଁ ଲୋକେ କୌଣସି ପ୍ରକାରେ ନଦୀ ପାର କଲେ ସେମାନେ ସ୍କୁଲକୁ ଯିବା ଆସିବା କରନ୍ତି। 

ଶିକ୍ଷା ଗ୍ରହଣ ପାଇଁ ଜୀବନ ସହ ସଂଗ୍ରାମ କରୁଛନ୍ତି କୋମଳ ମତି କୁନି କୁନି ଛୁଆ। ଠିକ୍ ସେମିତି ଗାଁର ବୃଦ୍ଧ ବୃଦ୍ଧା ଲୋକେ ରାସନ କିମ୍ବା ଭତ୍ତା ଲାଗି ମଧ୍ୟ ଏହକୁ ପାର ହୁଅନ୍ତି। ସ୍ବାସ୍ଥ୍ୟ ଖରାପ ହେଲେ କୌଣସି ଆମ୍ବୁଲାନ୍ସ ଏମାନଙ୍କ ନିକଟକୁ ପହଞ୍ଚି ପାରେନାହିଁ। ଏହି ପାହାଡିଆ ନାଳ ଉପରେ ଏକ ସ୍ଥାୟୀ ପୋଲର ନିତ୍ୟାନ୍ତ ଆବଶ୍ୟକତା ଅଛି। ଜିଲ୍ଲାପାଳ ଏଭଳି ସ୍ପର୍ଶକାତର ଘଟଣାର ସମୀକ୍ଷା କରି ଗାଁ ଲୋକଙ୍କ ସମସ୍ୟା ଅବିଳମ୍ବେ ଦୂର କରିବା ଆବଶ୍ୟକ। ନୂତନ ସରକାର ଗଠନ ପରେ ଅନେକ ଆଶା ବାନ୍ଧି ବସିଛନ୍ତି ଗାଁ ର ମୁଖିଆ ଗୋପୀନାଥ ଖରା , ରାମଦାସ ତେଲେଙ୍ଗା, ଭକ୍ତରମ୍ ଗେମେଲ୍, ଭକ୍ତାରମ୍ ଖରା କାଳେ ସେମାନଙ୍କ ଗୁହାରି ସରକାର ଶୁଣିବେ।

Leave a Reply

Your email address will not be published. Required fields are marked *