ଅପରାହ୍ନ ୧୨ଟା ପୂର୍ବରୁ ମିଳିବ ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ। ଆସନ୍ତା କାଲି ଅର୍ଥାତ ଅକ୍ଟୋବର ୯ରେ ମିଳିବ ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା। ୯ ତାରିଖ ଅପରାହ୍ନ ୧୨ଟା ସୁଦ୍ଧା ଟଙ୍କା ମହିଳାଙ୍କ ଆକାଉଣ୍ଟରେ ପହଞ୍ଚିଯିବ ସୁଭଦ୍ରା ଟଙ୍କା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ଟଙ୍କା ପାଇବେ ୪୦ ଲକ୍ଷ ମହିଳା । ଗତକାଲି ଯୋଗ୍ୟ ବିବେଚିତ ମହିଳାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଛି । ସୋମବାର ସୁଦ୍ଧା ୧ କୋଟି ପାର୍ କଲାଣି ସୁଭଦ୍ରା ଯୋଜନା ଆବେଦନ ସଂଖ୍ୟା । ଆବେଦନକାରୀଙ୍କ ମଧ୍ୟରୁ ୩୨ ଲକ୍ଷ ହିତାଧିକାରୀଙ୍କର NPCI କ୍ଲିୟରାନ୍ସ ମିଳିସାରିଛି । ଯେତିକି ସଂଖ୍ୟାରେ ମହିଳାଙ୍କର NPCI କ୍ଲିୟରାନ୍ସ ମିଳିବ ସେମାନଙ୍କୁ ଆସନ୍ତାକାଲି ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । NPCI କ୍ଲିୟରାନ୍ସ ପାଇନଥିବା ହିତାଧିକାରୀଙ୍କ ଆବେଦନପତ୍ର ପୁନଃ ଯାଞ୍ଚ କରାଯିବ । ତେବେ ୧ କୋଟିରୁ ଉର୍ଦ୍ଧ୍ଵ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଦଶହରା ପୂର୍ବରୁ ମହିଳାଙ୍କୁ ଏହି ଟଙ୍କା ମିଳିବାକୁ ଯାଉଥିବାରୁ ସେମାନଙ୍କର ଉତ୍ସାହ ବଢ଼ି ଚାଲିଛି।

Leave a Reply

Your email address will not be published. Required fields are marked *