ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତ ପାଇଁ ମେଡାଲ ବର୍ଷା

ଚଳିତବର୍ଷ ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତ ଚମତ୍କାର ପ୍ରଦର୍ଶନ କରୁଥିବା ବେଳେ ଭାରତ ଖାତାରେ ହେଉଛି ରେକର୍ଡ ସଂଖ୍ୟକ ମେଡାଲ ବର୍ଷା। ଲଗାତାର ଭାବେ ଦୁଇ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାରେ ଅବନୀ ଲେଖରାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଏହି ରେକର୍ଡ ହାତେଇଛନ୍ତି ପାରା ଅଲିମ୍ପିଆନ୍ ସୁମିତ ଅନ୍ତିଲ। ପ୍ୟାରିସ୍ ପାରାଅଲିମ୍ପିକ୍ସ ଜାଭଲିନ ଥ୍ରୋରେ F64 କାଟାଗରୀରେ ଅଂଶଗ୍ରହଣ କରି ସୁମିତ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଟୋକିଓ ପାରାଅଲିମ୍ପିକ୍ସରେ ୬୮.୫୫ ମିଟର ଜାଭଲିନ ଫିଙ୍ଗି ସ୍ବର୍ଣ୍ଣ ଜିତିଥିବା ସୁମିତ ନିଜର ପୂର୍ବ ରେକର୍ଡ ଭାଙ୍ଗି ଏଥର ୭୩.୨୯ ମିଟରର ବିଶ୍ବ ରେକର୍ଡ ତାଙ୍କ ନାଁରେ କରିପାରିଛନ୍ତି । ସୁମିତଙ୍କର ଏହି ଐତିହାସିକ ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସୋମିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହରିୟାଣା ସୋନିପଥର ସୁମିତ ପ୍ରଥମେ କୁସ୍ତିରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ମାତ୍ର ୨୦୧୫ରେ ଏକ ଦୁର୍ଘଟଣାରେ ନିଜର ବାମ ଗୋଡ଼ ହରାଇଥିଲେ ସୁମିତ। ଆଉ ଏତିକିରେ ସେ ହାର୍ ମାନିନଥିଲେ। ନିଜର ଗୋଡ଼ ହରାଇବା ପରେ ସେ କୁସ୍ତିକୁ ଛାଡ଼ି ଜାଭେଲିନକୁ ଆପଣାଇଥିଲେ । ଆଉ ସେବେଠାରୁ ସେ ଆଉ ପଛକୁ ଫେରି ନାହାନ୍ତି।

Leave a Reply

Your email address will not be published. Required fields are marked *